ସିଦ୍ଧାନ୍ତ ସ୍ମାରକୀ କ୍ରିକେଟ୍‌: ଗ୍ରିନ୍ସର ପ୍ରଥମ ବିଜୟ

ଭୁବନେଶ୍ବର: ପାରାମାଉଣ୍ଟ୍‌ ସ୍ପୋର୍ଟିଂସ ଆନୁକୂଲ୍ୟରେ ଚାଲିଥିବା ସିଦ୍ଧାନ୍ତ ପଟ୍ଟନାୟକ ସ୍ମାରକୀ ୧୩ ବର୍ଷରୁ କମ୍‌ କ୍ରିକେଟ୍ ଲିଗ୍‌ରେ ଗ୍ରିନ୍ସ ଦଳ ପ୍ରଥମ ବିଜୟ ପାଇଛି। ବୁଧବାର ଲିଗ୍ ମ୍ୟଚ୍‌ରେ ଏହି ଦଳ ୨ ରନ୍‌ରେ ଟାଉନ୍‌ କ୍ଲବ୍‌କୁ ପରାସ୍ତ କରି ପ୍ରଥମ ପଏଣ୍ଟ୍‌ କରାୟତ୍ତ କରିଛି। ଅନ୍ୟପକ୍ଷରେ ଟାଉନ୍‌ କ୍ଲବ୍‌ ୩ ମ୍ୟାଚ୍‌ ଖେଳି ବିଜୟ ଶୂନ୍ୟ ରହିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଗ୍ରିନ୍ସ ୩୦.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୩୪ ରନ୍‌ କରିଥିଲା। ସୌମ୍ୟ କାଣ୍ଡି ୪୪ ରନ୍‌ କରିଥିଲେ। ଟାଉନ କ୍ଲବ୍‌ର ସ୍ଲୋକ ସଂକଳ୍ପ ୭-୨-୭-୫ ବୋଲିଂ ସଫଳତା ପାଇଥିଲେ। ଜବାବରେ ଟାଉନ୍‌ କ୍ଲବ୍ ୬ ୱିକେଟ୍‌ ହରାଇ ୧୩୨ ରନ୍‌ କରିଥିଲା। ଶକ୍ତି ସ୍ବୟଂ ନନ୍ଦ ୩୩ ରନ୍‌ କରିଥିଲା ବେଳେ ଗ୍ରିନ୍ସ ପକ୍ଷରୁ ଅଭିଜିତ ମହାନ୍ତି ଓ ଅଂଶୁମାନ ରାଜଗୁରୁ ୨ ଲେଖାଏଁ ୱିକେଟ୍‌ ନେଇଥି‌ଲେ। ୫ ୱିକେଟ୍‌ ସଫଳତା ପାଇଁ ‌ଟାଉନ୍‌ କ୍ଲବ୍‌ର ସ୍ଲୋକ ସଂକଳ୍ପଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଅତିଥି ଗୁରଜିତ ସିଂହ ପ୍ରଦାନ କରିଥିଲେ। ସୁଶାନ୍ତ ଦାସ ଓ ଶରତ ସାହୁ ମ୍ୟାଚ୍‌ ପରିଚାଳନା କରିଥିଲେ। ରମେଶ ନାୟକ ସ୍କୋରର୍‌ ଥିଲେ।

ସମ୍ବନ୍ଧିତ ଖବର