ଭୁବନେଶ୍ବର: ଓଡ଼ିଆ ପୁଅ ସିଦ୍ଧାର୍ଥ ରାଉତରାୟ ୧୮, ୫୧୦ ଫୁଟ ଉଚ୍ଚ ରୁଷିଆର ମାଉଣ୍ଟ ଏଲ୍ବ୍ରସ ସଫଳତା ସହ ଆରୋହଣ କରିଛନ୍ତି। ସେ ସମ୍ବଲପୁରୀ ସାର୍ଟ ପରିଧାନ କରିବା ସହ ଅଣ୍ଟାରେ ଖୋର୍ଦ୍ଧା ଗାମୁଛା ଭିଡ଼ି ଶିଖରରେ ପହଞ୍ଚିଥିଲେ। ପ୍ରଥମ ଓଡ଼ିଆ ଆଇରନ୍ ମ୍ୟାନ୍ ଭାବେ ପରିଚିତ ସିଦ୍ଧାର୍ଥ ମାଉଣ୍ଟ ଏଭେରେଷ୍ଟ, କିଲିମାଞ୍ଜୋରୋ, ଆକୋନକାଗୁଆ, ଡେନାଲି, ଭିନସନ, ଓରିଜାବା, ଏଇ ପ୍ଲୋମୋ, ଆଇସ୍ଲାଣ୍ଡ ପିକ୍, ଲୋବୁଚେ ପିକ୍ ସହ ଅନେକ ଆମେରିକୀୟ, ଦକ୍ଷିଣ ଆମେରିକୀୟ ଏବଂ ଏସିଆର ପାହଡ଼ ଚଢ଼ି ସାରିଛନ୍ତି। ସେ ମଧ୍ୟ ପ୍ରଥମ ଓଡ଼ିଆ ଅଲଟ୍ରାମ୍ୟାନ୍ ହେବାର ଗୌରବ ପାଇଛନ୍ତି।
ମାଉଣ୍ଟ ଏଲ୍ବ୍ରସ ଚଢ଼ିଲେ ସିଦ୍ଧାର୍ଥ
/sambad/media/post_attachments/wp-content/uploads/2023/05/g564g6d5j4gjd65gjdgjd.jpg)