ମାଉଣ୍ଟ କିଲିମା‌ଞ୍ଜାରୋ ଚଢ଼ିଲେ ସିଦ୍ଧାର୍ଥ

ଭୁବନେଶ୍ବର: ଓଡ଼ିଶାର ସିଦ୍ଧାର୍ଥ ରାଉତରାୟ ସଫଳତାର ସହ ତାଞ୍ଜାନିଆସ୍ଥିତ ୧୯୩୪୧ ଫୁଟ୍‌ ଉଚ୍ଚ ମାଉଣ୍ଟ କିଲିମାଞ୍ଜାରୋ ଆରୋହଣ କରିଛନ୍ତି। ୧୯ ତାରିଖରେ କେନିଆର ୩ ଜଣ ଡେଭିଡ, ରୁଡି ଓ ଟିମ୍‌ଙ୍କ ସହ ଭାରତର ସିଦ୍ଧାର୍ଥଙ୍କ ପର୍ବତ ଚଢ଼ା ଆରମ୍ଭ ହୋଇଥିଲା। ଏହି ଦଳ ଉମ୍ବୱେ, ଲାଭା ଟାୱାର, ୱେଷ୍ଟର୍ଣ୍ଣ ବ୍ରିଜ ଓ ଉହୁରୁ ପିକ୍‌ ଦେଇ ୨୨ ତାରିଖ ରାତି ୭.୪୫ରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲେ।

ପ୍ରଥମ ଦିନରେ ୧୧ କିମି ଚଢ଼ିଥିଲେ ଏହି ଦଳ। ଦ୍ବିତୀୟ ଦିନରେ ୭ କିମି ଏବଂ ତୃତୀୟ ଦିନରେ ୩ କିମି ଚଢ଼ିଥିଲେ। ଚତୁର୍ଥ ସକାଳେ ଜଳଖିଆ ଖାଇ ବାହାରିଥିଲେ କିଲିମା‌ଞ୍ଜାରୋ ଅଭିମୁଖେ। ଏମା‌ନଙ୍କୁ ବହୁ ବାଧା ବିଘ୍ନର ସାମ୍ନା କରିବାକୁ ପଡ଼ିଥିଲା। ଏହା ସତ୍ତ୍ବେ୨ ଏମାନେ ଶିଖରରେ ପହଞ୍ଚିବା ଲାଗି ନିଷ୍ପତ୍ତି ନେଇଥିଲେ। ଅପରାହ୍ଣ ୧୨ଟାରେ ମଧ୍ୟାହ୍ନ ଭୋଜନ ପରେ ପୁଣି ଚଢ଼ା ଆରମ୍ଭ କରିଥିଲେ। କିଲିମାଞ୍ଜାରା ପର୍ବତରୁ ପଥର ଖସି ପଡ଼ୁଥିବାରୁ ବିପଦ ଦେଖା ଦେଉଥିଲା। ଏହାକୁ ଖାତିର ନ କରି ଚଢ଼ା ଜାରି ରଖି ରାତି ୭.୪୫ରେ ଶିଖରେ ପହଞ୍ଚିଥିଲେ। ‘‘ଏହି ପର୍ବତ ଚଢ଼ିବାରେ ବହୁ ବାଧାବିଘ୍ନର ସାମ୍ନା କରିଥିଲୁ। ସବୁକୁ ପଛରେ ପକାଇ ଶିଖରରେ ପହଞ୍ଚିଥିଲୁ। ଆଫ୍ରିକାର ଉଚ୍ଚ ଶୃଙ୍ଗରେ ପହଞ୍ଚିବା ପରେ ମୁଁ ବିଶ୍ବର ବାହାରେ ଥିଲା ଭଳି ଅନୁଭବ କରିଥିଲି। ସେଠାରେ ଫଟୋ ଉଠାଇବା ଓ ଖୁସି ମନାଇବା ପରେ ତଳକୁ ଓହ୍ଲାଇଥିଲୁ। ଜଙ୍ଗଲରେ ନିଆଁ ଲାଗିଥିବାରୁ ଆମର ଗତିପଥ ବଦଳାଇ ଫେରିଥିଲୁ।’’ ବୋଲି ସିଦ୍ଧାର୍ଥ କହିଛନ୍ତି।

ସମ୍ବନ୍ଧିତ ଖବର