ସିଦ୍ଧାନ୍ତ ସ୍ମାରକୀ କ୍ରିକେଟ୍‌: ପାରାମାଉଣ୍ଟ ୧୦ ୱିକେଟ୍‌ରେ ବିଜୟୀ

ଭୁବନେଶ୍ବର: ପାରାମାଉଣ୍ଟ୍‌ ସ୍ପୋର୍ଟିଂସ ଆନୁକୂଲ୍ୟରେ ଆୟୋଜିତ ସିଦ୍ଧାନ୍ତ ପଟ୍ଟନାୟକ ସ୍ମାରକୀ ୧୩ ବର୍ଷରୁ କମ୍‌ କ୍ରିକେଟ୍ ଲିଗ୍‌ରେ ଶୁକ୍ରବାର ପାରାମାଉଣ୍ଟ୍‌ ବଡ଼ ବିଜୟ ହାସଲ କରିଛି। ଏହି ଦଳ ୧୦ ୱିକେଟ୍‌ରେ ଗ୍ରିନ୍‌ ଦଳକୁ ପରାସ୍ତ କରିଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଗ୍ରିନ୍‌ ଦଳ ପାରାମାଉଣ୍ଟ ବୋଲରଙ୍କ ତୋଫାନୀ ବୋଲିଂ ନିକଟରେ ଆତ୍ମସମର୍ପଣ କରିଥିଲା। ଶୁଭଶ୍ରୀ ପରମାଣିକ (୪-୨-୬-୪), ଶିବ ସାଇ (୩-୦-୮-୨), ସାତ୍ତ୍ବିକ୍‌ ସୁବୁଦ୍ଧି (୨.୧-୧-୧-୨), ଏସ୍‌କେ ନକିବ୍‌ (୩-୧-୩-୧) ଏବଂ ଆୟୂଷ ରାଉତ (୪-୦-୧୧-୧)ଙ୍କ ଅଗ୍ନୀବର୍ଷୀ ବୋଲିଂ ନିକଟରେ ତିଷ୍ଟିନପାରି ଗ୍ରିନ୍‌ ଦଳ ୧୬.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ମାତ୍ର ୩୨ ରନ୍‌ କରିପାରିଥିଲା। ଶୁଭଙ୍କର ମଲ୍ଲିକ (୧୧)ଙ୍କ ବ୍ୟତୀତ ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ନଥିଲା ବେଳେ ୭ ଜଣ ଖାତା ଖୋଲିବାକୁ ସମର୍ଥ ହୋଇନଥି‌ଲେ।

ଜବାବରେ ଅଧିନାୟକ ଏସ୍‌ଏସ୍‌ ବେହେରାଙ୍କ ୨୪* ଓ ସ୍ବାଗତ ମିଶ୍ରଙ୍କ ୯* ରନ୍‌ ସହାୟତାରେ ପାରାମାଉଣ୍ଟ୍‌ ୩.୨ ଓଭରରେ କୌଣସି ୱିକେଟ୍‌ ନହରାଇ ୩୩ ରନ୍‌ ସହ ମ୍ୟାଚ୍‌ ଜିତି ନେଇଥିଲା। ଶୁଭଶ୍ରୀ ପରମାଣିକଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଅତିଥି ପାରାମାଉଣ୍ଟ ସ୍ପୋର୍ଟିଂ ପ୍ରତିଷ୍ଠାତା ସଦସ୍ୟ ବିବେକାନନ୍ଦ ଦାଶ ପ୍ରଦାନ କରିଥିଲେ। ତପନ ବେହେରା, ଲୁଲୁ ମହାପାତ୍ର ମ୍ୟାଚ୍‌ ପରିଚାଳନା କରିଥିଲେ ସ୍କୋରର୍‌ ରହିଥିଲେ ରମେଶ କୁମାର ନାୟକ।

ସମ୍ବନ୍ଧିତ ଖବର