ହେଙ୍ଗେଲୋ: ନେଦରଲାଣ୍ଡ୍ର ଲମ୍ବ ଦୂରତ୍ବ ଧାବିକା ସିଫାନ୍ ହାସନ୍ ରବିବାର ମହିଳା ୧୦,୦୦୦ ମିଟରରେ ନୂଆ ବିଶ୍ବ କୀର୍ତ୍ତିମାନ ରଚିଛନ୍ତି। ନିଜ ଘରୋଇ ମାଟିରେ ଏକ ଉପମହାଦେଶୀୟ ପ୍ରତିଯୋଗିତାରେ ସେ ୨୯ ମିନିଟ୍ ୬.୮୨ ସେକେଣ୍ଡ୍ ସମୟରେ ଦୌଡ଼ ଶେଷ କରି ଏହି କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଏଥି ସହିତ ଇଥିଓପିଆର ଅଲ୍ମାଜ ଆୟାନାଙ୍କ ନାମରେ ରହିଥିବା ୨୯ ମିନିଟ୍ ୧୭.୪୫ ସେକେଣ୍ଡ (୨୦୧୬ ରିଓ ଅଲିମ୍ପିକ୍ସ) ସମୟର କୀର୍ତ୍ତିମାନକୁ ପଛରେ ପକାଇ ଦେଇଛନ୍ତି। ସିଫାନ୍ ଏବେ ବିଶ୍ବ ବିଜୟିନୀ ରହିଥିଲା ବେଳେ ୨୦୧୯ରେ ଦେହାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ତେବେ ରବିବାରର ପ୍ରଦର୍ଶନ ବଳରେ ଆସନ୍ତା ମାସରେ ଆୟୋଜିତ ହେବାକୁ ଯାଉଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଏହି ୨୮ ବର୍ଷ ବୟସ୍କା ନିଜକୁ ପ୍ରସ୍ତୁତି କରିପାରିଛନ୍ତି। ଦେଶର ପ୍ରଶଂସକଙ୍କ ସମ୍ମୁଖରେ ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠାକୁ ନେଇ ଖୁବ୍ ଉଲ୍ଲସିତ ହୋଇପଡ଼ିଛନ୍ତି ଇଥିଓପିଆ ଜନ୍ମିତ ସିଫାନ୍। କଠିନ ପରିଶ୍ରମର ଫଳ ମିଳିଛି। ଏବେ ଟୋକିଓ ପାଇଁ ପୂରା ପ୍ରସ୍ତୁତ ବୋଲି କହିଛନ୍ତି ସିଫାନ୍। ସୂଚନାଯୋଗ୍ୟ, ସିଫାନ୍ ମଧ୍ୟ ମାଇଲ୍, ଏକ ଘଣ୍ଟା ଇଭେଣ୍ଟ ଏବଂ ୫ କିମି ରୋଡ୍ ରେସ୍ରେ କୀର୍ତ୍ତିମାନ ନିଜ ନାମରେ ରଖିଛନ୍ତି।
ସିଫାନ୍ଙ୍କ ୧୦,୦୦୦ ମିଟର ବିଶ୍ବ କୀର୍ତ୍ତିମାନ
/sambad/media/post_attachments/wp-content/uploads/2021/06/5fs45h64fs5h45fs6hhhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)