କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ଅନ୍ତର୍ଜାତୀୟ ଖେଳା​ଳି ସିହାନ୍ ଜୟସୂର୍ଯ୍ୟା ଆସନ୍ତା ଟ୍ବେଣ୍ଟି-୨୦ ବିଶ୍ବକପରେ ଆମେରିକା ପକ୍ଷରୁ ଖେଳିବେ। ଆମେରିକା ପକ୍ଷରୁ ଘୋଷିତ ୧୫ ଜଣିଆ ବିଶ୍ବକପ୍ ଦଳରେ ତାଙ୍କୁ ସାମିଲ୍ କରାଯାଇଛି।
୨୦୧୬ ଟ୍ବେଣ୍ଟି-୨୦ ବିଶ୍ବକପରେ ଶ୍ରୀଲଙ୍କା ପାଇଁ ଖେଳିଥିଲେ
୩୪ ବର୍ଷୀୟ ଅଲରାଉଣ୍ଡର ଜୟସୂର୍ଯ୍ୟା ୨୦୧୫ରେ ଶ୍ରୀଲଙ୍କା ପାଇଁ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ସେ ଶ୍ରୀଲଙ୍କା ପାଇଁ ୧୨ଟି ଦିନିକିଆ ଓ ୧୮ଟି ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେ ମଧ୍ୟ ୨୦୧୬ ଟ୍ବେଣ୍ଟି-୨୦ ବିଶ୍ବକପରେ ଶ୍ରୀଲଙ୍କା ପାଇଁ ଖେଳିଥିଲେ। ତେବେ ସେ ୨୦୨୧ରେ ଶ୍ରୀଲଙ୍କା କ୍ରିକେଟରୁ ଅବସର ଗ୍ରହଣ କରି ଆମେରିକା ଯାଇ ସେଠାରେ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିଲେ। ସେଠାରେ ୨୦୨୩ରୁ ସେ ସିଆଟଲ୍ ଓର୍କାସ୍ ପକ୍ଷରୁ ମେଜର୍ କ୍ରିକେଟ୍ ଲିଗ୍(ଏମଏଲସି) ଖେଳୁଛନ୍ତି।
ଆମେରିକା ଦଳରେ ଆରୋନ ଜୋନ୍ସଙ୍କୁ ସାମଲ୍ କରାଯିବାର ସମ୍ଭାବନା ଥିବାବେଳେ ଆଇସିସି ତାଙ୍କୁ ମ୍ୟାଚ୍ ଫିକ୍ସିରେ ଅଭିଯୁକ୍ତ କରିବା ପରେ ତାଙ୍କୁ ଦଳରୁ ବାଦ୍ ଦିଆଯାଇଥିଲା। ଏହାପରେ ଚୂଡ଼ାନ୍ତ ଦଳରେ କେତେକ ପରିବର୍ତ୍ତନ କରି ଜୟସୂର୍ଯ୍ୟାଙ୍କୁ ସାମିଲ୍ କରାଯାଇଥିଲା।
ଆମେରିକା ପକ୍ଷରୁ ଘୋଷିତ ଦଳରେ ଅଧିକାଂଶ ଭାରତ, ପାକିସ୍ତାନ ବଂଶୋଦ୍ଭବ ଖେଳାଳି। ଏପରିକି ଆମେରିକା ଦଳର ଅଧିନାୟକ ମୋନାଙ୍କ୍ ପଟେଲ ଜନ୍ମ ଗୁଜରାଟରେ ହୋଇଥିବାବେଳେ ସେ ପରେ ଆମେରିକାର ନାଗରିକତ୍ବ ନେଇଥିଲେ। ଆମେରିକା ଦଳରେ ଆଉ କିଛି ଭାରତୀୟ ବଂଶୋଦ୍ଭବ ଅଛନ୍ତି, ସେ ହେଉଛନ୍ତି ସୁଭମ୍ ରଞ୍ଝାଣେ, ସଂଜୟ କୃଷ୍ଣମୂର୍ତ୍ତି, ହରମିତ ସିଂ। ସେହିପରି ପାକିସ୍ତାନ ଜନ୍ମିତ ମହମ୍ମଦ ସହସିନ ମଧ୍ୟ ଆମେରିକା ଦଳରେ ସ୍ଥାନ ପାଇଛନ୍ତି।
ଆହୁରି ପଢ଼ନ୍ତୁ: Satellite images Of Iran: ଧ୍ୱଂସ ହୋଇଥିବା ପରମାଣୁ କେନ୍ଦ୍ରରେ ଛାତ ନିର୍ମାଣ କରୁଛି ଇରାନ: ସାଟେଲାଇଟ୍ ଚିତ୍ର ନେଇ ବଢ଼ିଲା ଆମେରିକା-ଇସ୍ରାଏଲ ଚିନ୍ତା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/01/31/shehan-jayasuriya-2026-01-31-12-09-33.jpg)