ନୂଆଦିଲ୍ଲୀ: ପୂର୍ବତନ ପତ୍ନୀ ଆୟୋଶା ମୁଖାର୍ଜୀଙ୍କ ବିରୋଧରେ ଏକ ବଡ଼ ଆଇନଗତ ଲଢ଼େଇ ଜିିତିଛନ୍ତି କ୍ରିକେଟର୍ ଶିଖର ଧାୱନ। ଧାୱନଙ୍କୁ ଭିନ୍ନଭିନ୍ନ ସମୟରେ ଧମକ ଚମକ ଦେଇ ଆୟେଶା ନେଇ ଯାଇଥିବା ୫.୭ କୋଟି ଟଙ୍କା ତୁରନ୍ତ ଫେରସ୍ତ କରିବାକୁ ଦିଲ୍ଲୀର ଏକ ପରିବାର ଅଦାଲତ ବୁଧବାର ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଉଭୟଙ୍କ ମଧ୍ୟରେ ହୋଇଥିବା ସମ୍ପତ୍ତି ବୁଝାମଣାକୁ ଅବୈଧ ଓ ବେଆଇନ ଘୋଷଣା କରିଛନ୍ତି ମାନ୍ୟବର ଅଦାଲତ। ଧାୱନଙ୍କ ଉପରେ ଚାପ ପକାଇ ଆୟେଶା ଏହି ବୁଝମଣା ପତ୍ରରେ ସ୍ବାକ୍ଷର କରିବାକୁ ବାଧ୍ୟ କରିଥିଲେ ବୋଲି ଅଦାଲତ କହିଛନ୍ତି।

Advertisment

ଆହୁରି ପଢନ୍ତୁ: PMFME: ପ୍ରଧାନମନ୍ତ୍ରୀ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଆନୁଷ୍ଠାନିକୀକରଣ (ପିଏମଏଫଏମଇ) ଯୋଜନା” ର  କାର୍ଯ୍ୟକାରିତା ନେଇ ବୈଠକ

ସ୍ଥାନୀୟ ପଟିଆଲା ହାଉସ୍ କୋର୍ଟର ମାନ୍ୟବର ବିଚାରପତି ଦେବେନ୍ଦର କୁମାର ତାଙ୍କ ରାୟରେ ଶୁଣାଇଛନ୍ତି ଯେ ଧାୱନ ତଞ୍ଚକତାର ଶିକାର ହୋଇଛନ୍ତି। ଆୟେଶା ଭିନ୍ନଭିନ୍ନ ସମୟରେ ତାଙ୍କୁ ଧମକ ଚମକ ଦେଇ ସମ୍ପତ୍ତି ବଣ୍ଟନ ପତ୍ରରେ ସ୍ବାକ୍ଷର କରିବାକୁ ବାଧ୍ୟ କରିଛନ୍ତି। ଧାୱନଙ୍କଠାରୁ ନେଇଥିବା ୫.୭ କୋଟି ଟଙ୍କାକୁ ବାର୍ଷିକ ୯ ପ୍ରତିଶତ ସୁଧ ସହ ଫେରାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ କୁମାର। ସେହିଭଳି ଉଭୟଙ୍କ ଛାଡ଼ପତ୍ର ବୁଝାମଣା ନେଇ ଅଷ୍ଟ୍ରେଲୀୟ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ବେଆଇନ ଘୋଷଣା କରିଛନ୍ତି। ଧାୱନ ଓ ଆୟେଶାଙ୍କ ବିବାହର ପଞ୍ଜୀକରଣ ଭାରତରେ ହୋଇଥିବାରୁ ଅଷ୍ଟ୍ରେଲୀୟ କୋର୍ଟଙ୍କର ଏହି ମାମଲାରେ ଆଇନଗତ ନିର୍ଦ୍ଦେଶ ଦେବା ଲାଗି କୌଣସି ଅଧିକାର ନାହିଁ ବୋଲି ରାୟରେ ଉଲ୍ଲେଖ କରିଛନ୍ତି ଜଷ୍ଟିସ୍‌ କୁମାର।