ନଟିଙ୍ଗହାମ: ବିଶ୍ୱକପ ଖେଳିବାକୁ ଯାଇଥିବା ଟିମ ଇଣ୍ଡିଆକୁ ଝଟକା | ତିନି ସପ୍ତାହ ପାଇଁ ଖେଳିବେନି ଭାରତର ସଫଳ ବ୍ୟାଟ୍ସମ୍ୟାନ ଶିଖର ଧାୱନ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଶିଖରଙ୍କୁ ହାତରେ ଆଘାତ ଲାଗିଥିଲା | ଆଜି ତାଙ୍କର ସ୍କାନ କରାଯିବା ପରେ ଡାକ୍ତର ତାଙ୍କୁ ତିନି ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି |
ରବିବାର ଦିନ ଖେଳାଯାଇଥିବା ମ୍ୟାଚରେ ଟିମ ଇଣ୍ଡିଆକୁ ବିଜୟ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଶିଖର ଧାୱନ ବୋଲର ନାଥନ କୁଲଟରଙ୍କ ବଲରେ ଆହତ ହୋଇଥିଲେ | ତଥାପି ଦମଦାର ରନ ସଂଗ୍ରହ କରି ଭାରତକୁ ବିଜୟ କରିଥିଲେ |