ଲଣ୍ଡନ୍: କିଏ କହିଲା କ୍ରିକେଟ୍ କେବଳ ବ୍ୟାଟସମ୍ୟାନ୍ଙ୍କ ଖେଳ। କ୍ରମେ ଏହି ଧାରଣା ବଦଳିିବାରେ ଲାଗିଛି। ବୋଲରଙ୍କ ପାଇଁ ବି ଅନେକ କିଛି ରହିଛି। ଇଂଲିସ୍ କ୍ରିକେଟ୍ର ଏକ ମ୍ୟାଚ୍ରେ ଗୋଟିଏ ଦଳ ମାତ୍ର ୧୮ ରନ୍ରେ ଅଲ୍ଆଉଟ୍ ହେବା ଏବଂ ପ୍ରତିପକ୍ଷ ଦଳ ୧୨ ମିନିଟ୍ରେ ବିଜୟୀ ହେବା ଏଭଳି ଧାରଣା ଆଣିଛି। ସେଫର୍ଡ ନିମ୍ କେଣ୍ଟ୍ କ୍ରିକେଟ୍ ଲିଗ୍ର ଏହି ମ୍ୟାଚରେ ବେକେନ୍ହାମ ସିସି ଦଳ ୧୧.୨ ଓଭରରେ ୧୮ ରନ୍ କରିଥିଲା। ଏହି ପାଳି ୪୯ ମିନିଟ୍ରେ ଶେଷ ହୋଇଯାଇଥିଲା। ସ୍କଟ୍ଲାଣ୍ଡ୍ ପାଇଁ ୫୭ ଦିନିକିଆ ଖେଳିଥିବା କାଲମ୍ ମ୍ୟାକ୍ଲିଅଡ୍ ୫ ରନ୍ ବିନିମୟରେ ୬ ଓ୍ଵିକେଟ୍ ଏବଂ ଜାସନ୍ ବେନ୍ ୧୨ ରନ୍ରେ ୪ ଓ୍ଵିକେଟ୍ ନେଇଥିଲେ। ବେକେନ୍ହାମ୍ର ୧୫୨ ବର୍ଷ ଇତିହାସରେ ଏହା ସର୍ବନିମ୍ନ ସ୍କୋର୍ ମଧ୍ୟ ହୋଇଥିଲା। ପ୍ରତିପକ୍ଷ ବେକ୍ସିଲେ ଦଳ ୧୨ ମିନିଟ୍ ଭିତରେ ୩.୩ ଓଭର ଖେଳି ବିନା ଓ୍ଵିକେଟ୍ରେ ୨୨ ରନ୍ ସଂଗ୍ରହ କରି ନେଇଥିଲା।
ତେନ୍ଦୁଲକରଙ୍କ ପରେ ଏନ୍ଟିନିଙ୍କ ପୁଅ
ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କ ଆନ୍ତର୍ଜାତିକ ପଦାର୍ପଣ ଭଳି ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ମାଖୟା ଏନ୍ଟିନିଙ୍କ ପୁଅ ଥାଣ୍ଡୋ ନିଜର ଚମକ ଦେଖାଇଛନ୍ତି। ପୂର୍ବରୁ ଦକ୍ଷିଣ ଆଫ୍ରିକା ୧୯ ବର୍ଷରୁ କମ୍ ବିଶ୍ୱକପ୍ ଦଳର ସଦସ୍ୟ ରହି ଆନ୍ତର୍ଜାତିକ ପଦାର୍ପଣ କରିସାରିଥିବା ଥାଣ୍ଡୋ ସୋମବାର ଇଂଲଣ୍ଡ ୧୯ ବର୍ଷରୁ କମ୍ ଦଳ ବିପକ୍ଷରେ ଦିନିକିଆ ମ୍ୟାଚ୍ ଖେଳି ଚମତ୍କାର ବୋଲିଂ ସଫଳତା ହାତେଇଛନ୍ତି। ଥାଣ୍ଡୋ ଏହି ମ୍ୟାଚ୍ରେ ୮-୧-୧୯-୪ ବୋଲିଂ ଚିତ୍ର ପାଇଥିଲା ବେଳେ ଦକ୍ଷିଣ ଆଫ୍ରିକା ଯୁବ ଦଳ ୭୯ ରନ୍ରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ଘାତକ ବୋଲିଂ ପାଇଁ ଥାଣ୍ଡୋ ମଧ୍ୟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ସେହିପରି ଗତ ସପ୍ତାହରେ ଆନ୍ତର୍ଜାତିକ ପଦାର୍ପଣ କରିଥିବା କିମ୍ବଦନ୍ତୀ କ୍ରିକେଟର୍ ସଚିନ୍ ତେନ୍ଦୁଲକରଙ୍କ ପୁଅ ଅଲ୍ରାଉଣ୍ଡ୍ର ଅର୍ଜୁନ ବ୍ୟାଟିଂରେ ନିରାଶ କରିଥିଲେ ମଧ୍ୟ ବୋଲିଂରେ ଦୁଇଟି ପାଳିରେ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଅନ୍ୟପକ୍ଷରେ ଚଳିତ ବର୍ଷ ଅନ୍ୟତମ ତାରକା ତଥା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ଓ୍ଵଙ୍କ ପୁଅ ଅଷ୍ଟିନ୍ ୧୯ କମ୍ ବିଶ୍ୱକପ୍ରେ ଖେଳିଥିଲେ ମଧ୍ୟ ସଫଳ ହୋଇନଥିଲେ।
ସିଲି ପଏଣ୍ଟ୍:୧୮ରେ ଅଲ୍ଆଉଟ୍, ୧୨ ମିନିଟ୍ରେ ବିଜୟ
/sambad/media/post_attachments/wp-content/uploads/2018/07/4-Arjun-Tendulkar-and-Thando-Ntini.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)