ସିଲି ପଏଣ୍ଟ୍‌:ଘୋଡ଼ା ଚଢ଼ାର ମଜା ନେଲେ ଧାୱନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳା ପୂର୍ବରୁ ମିଳିଥିବା ଖାଲି ସମୟକୁ ଭାରତୀୟ କ୍ରିକେଟର ଖେଳି ବୁଲି କଟାଉଛନ୍ତି। ବନ୍ଧୁ ଓ ପରିବାରବର୍ଗଙ୍କ ସହ ସମୟ ବିତାଇ ନିଜକୁ ମାନସିକ ସ୍ତରରେ ସତେଜ ରଖୁଛନ୍ତି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ଆଉ ପାଦେ ଆଗେଇ ଯାଇ ଘୋଡ଼ା ଚଢ଼ାର ମଜା ଉଠାଇଛନ୍ତି। ଏପରିକି ଷ୍ଟାଇଲିସ୍ ଧାୱନ ଏହାର ଏକ ଭିଡିଓ ମଧ୍ୟ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଛନ୍ତି। ଭିଡିଓର ପ୍ରଚ୍ଛଦପଟ୍ଟରେ ପଞ୍ଜାବୀ ଗୀତ ବାଜୁଥିବା ମଧ୍ୟ ଶୁଣିବାକୁ ମିଳୁଛି। ୩୩ ବର୍ଷୀୟ ଧାୱନ୍‌ ନିଜ ରସିକିଆ ମିଜାଜ ଏବଂ ଖଣ୍ଡା ଭଳିଆ ମୁଛ ପାଇଁ ବେଶ୍ ପରିଚିତ। ଗତବର୍ଷ ସେ ନିଜେ ବଂଶୀ ବଜାଉଥିବାର ଏକ ଭିଡିଓ ମଧ୍ୟ ପ୍ରକାଶ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳା ଆସନ୍ତା ୨୪ ତାରିଖରୁ ଆରମ୍ଭ ‌ହେଉଥିଲା ବେଳେ ଧାୱନ ଏଥିରେ ପ୍ରମୁଖ ଭୂମିକା ତୁଲାଇବେ। ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ବ୍ୟକ୍ତିଗତ ଭାବେ ସେତେଟା ଭଲ ପ୍ରଦଶର୍ନ କରି ନଥିବାରୁ ଘରୋଇ ପରିବେଶରେ ଖେଳା ଯିବାକୁ ଥିବା ଅଷ୍ଟ୍ରେଲିଆ ଶୃଙ୍ଖଳାରେ ଏହାର ଭରଣା କରିବା ଲକ୍ଷ୍ୟରେ ସେ ଥିବେ। ଅଷ୍ଟ୍ରେଲିଆରେ ଧାୱନ ତିନିଟି ଦିନିକିଆରୁ ୫୫ ଏବଂ ନ୍ୟୁଜିଲାଣ୍ଡରେ ପାଞ୍ଚ ଦିନିକିଆରୁ ୧୮୮ ରନ୍ କରିଥିଲେ।

ସମ୍ବନ୍ଧିତ ଖବର