ଗ୍ରେସ ହେଡେନ୍‌ ଜ‌ଣେ ସାଧାରଣ କ୍ରିକେଟ୍‌ପ୍ରେମୀ ନୁହଁନ୍ତି। ସେ କିଂବଦନ୍ତି ଅଷ୍ଟ୍ରେଲୀୟ କ୍ରିକେଟର୍‌ ମାଥ୍ୟୁ ହେଡେନ୍‌ଙ୍କ ଝିଅ। ଗ୍ରେସ୍‌ଙ୍କ ବାପା ବ୍ୟାଟ୍‌ରେ ଅନେକ ଇତିହାସ ରଚିଛନ୍ତି। ହେଲେ ଗ୍ରେସ୍‌ ହାତରେ ମାଇକ୍ରୋଫୋନ୍‌ ଧରି ନିଜସ୍ବ ପରିଚୟ ସୃଷ୍ଟି କରୁଛନ୍ତି। ସେ ମାଇକ୍ରୋଫୋନ୍‌ ଧରି ଷ୍ଟେଜ୍‌ରେ କ୍ରିକେଟ୍‌ ବ୍ରଡ୍‌କାଷ୍ଟିଂ କରି ଚର୍ଚ୍ଚିତ ହୋଇଛନ୍ତି। ଷ୍ଟାର୍‌ ସ୍ପୋର୍ଟ୍ସ ପାଇଁ ଭାଷ୍ୟକାର ଥିବା ଗ୍ରେସ ସଂପ୍ରତି ବିଶ୍ବକପ୍‌ ଲାଗି ଭାରତ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ବିଭିନ୍ନ ମନ୍ଦିର ବୁଲି ନିଜର ଈଶ୍ବରପ୍ରୀତି ଦେଖାଇଛନ୍ତି।