ଜୟପୁର: ଅସାଧାରଣ ବ୍ୟାଟିଂ ସହ ମାତ୍ର ୫୮ ବଲ୍ରୁ ୯ ଚୌକା ଓ ୪ ଛକା ସହ ବିସ୍ଫୋରକ ଶତକ ଅର୍ଜନ କରି ଆର୍ସିବି ବିପକ୍ଷରେ ରାଜସ୍ଥାନ ରୟାଲ୍ସକୁ ଅବିଶ୍ବସନୀୟ ବିଜୟ ଉପହାର ଦେଇଛନ୍ତି ଇଂଲିସ ଓପନର୍ ଜୋସ୍ ବଟଲର୍। ଏହାପରେ ପ୍ରଶଂସକମାନେ ତାଙ୍କୁ ଲୋକପ୍ରିୟ ବଲିଉଡ୍ ଚଳଚ୍ଚିତ୍ର ‘ନାୟକ’ରେ ଅନିଲ କାପୁରଙ୍କ ଅଭିନୀତ ଚରିତ୍ର ସହ ତୁଳନା କରିଛନ୍ତି। ରାଜସ୍ଥାନ ରୟାଲ୍ସ ମଧ୍ୟ ଏହି ଚଳଚ୍ଚିତ୍ରର ଏକ ଦୃଶ୍ୟକୁ ପୁନଃ ନିର୍ମାଣ କରି ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପ୍ରକାଶ କରିଛି। ଏଥିରେ ବଟଲର୍ଙ୍କୁ ଅନିଲଙ୍କ ଚରିତ୍ରରେ ଦେଖିବାକୁ ମିଳୁଛି। ରାଜସ୍ଥାନ ରୟାଲ୍ସ ଦଳର ଏହି ସୃଜନଶୀଳତାକୁ ଖୋଦ୍ ଅନିଲ ମଧ୍ୟ ପ୍ରଶଂସା କରିଛନ୍ତି। ସେହିଭଳି ବଟଲର୍ ଗତ ଦୁଇ ଦିନ ଧରି ଅସୁସ୍ଥ ଥିଲେ। ଏହା ସତ୍ତ୍ବେ ଏଭଳି ଏକ ପାଳି ଖେଳି ନିଜ ପ୍ରଚଣ୍ଡ ପ୍ରତିଭାର ପରିଚୟ ଦେଇଥିବା ରାଜସ୍ଥାନ ରୟାଲ୍ସ ବୋଲିଂ ପ୍ରଶିକ୍ଷକ ସେନ୍ ବଣ୍ଡ୍ ଉଜାଗର କରିବା ପରେ ପ୍ରଶଂସକମାନେ ତାଙ୍କୁ ମଧ୍ୟ ପ୍ରଶଂସାରେ ପୋତି ଦେଇଛନ୍ତି।
ସିଲି ପଏଣ୍ଟ୍: ‘ନାୟକ’ ଭୂମିକାରେ ବଟଲର୍
/sambad/media/post_attachments/wp-content/uploads/2024/04/gjggjdjgdgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)