ଭାରତୀୟ ଚେସ୍‌ ଖେଳାଳି ତାନିଆ ସଚଦେବ ସ‌‌ାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ମଜାଳିଆ ପୋଷ୍ଟ୍‌ କରି ନିଜର ପ୍ରଶଂସକଙ୍କୁ ଖୁସି କରିଛନ୍ତି। ‌ମଙ୍ଗଳବାର ନିଜର ଏକ ଫଟୋ ‘ଏକ୍ସ’ରେ ପୋଷ୍ଟ୍‌ କରି ଏହାକୁ ଅନୁସରଣ କରିବା ସହ ଏଡିଟ୍‌ କରିବାକୁ ସମର୍ଥକମାନଙ୍କୁ କହିଥିଲେ। ଏହି ‌ଫଟୋରେ ତାନିଆ ଏକ ବିରାଟ ଘୋଡ଼ା ତଳେ ଠିଆ ହୋଇଛନ୍ତି। ‌ଏହି ଘୋଡ଼ାର ଗୋଡ଼ ତାଙ୍କ ମୁଣ୍ଡ ଉପରେ ରହିଛି। ଏହାକୁ ୧୫ ଲକ୍ଷ ଦେଖିଥିଲେ ଏବଂ ଏହାକୁ ଏଡିଟ୍‌ କରିବାକୁ ସମର୍ଥକଙ୍କ ମଧ୍ୟରେ ଦୌଡ଼ ଆରମ୍ଭ ହୋଇଥିଲା। ଜଣେ ସମର୍ଥକ ଘୋଡ଼ା ମୁହଁରେ ତାଙ୍କ ମୁହଁ ଏବଂ ତାଙ୍କ ମୁହଁକୁ ଘୋଡ଼ା କରି ଦେଇଥିଲେ। ଅନ୍ୟ ଜଣେ ତାଙ୍କ ମୁଣ୍ଡ ଉପରେ ଘୋଡ଼ା ରଖିଥିଲା ବେଳେ ଆଉ ଜଣେ ତାଙ୍କୁ ଘୋଡ଼ା ଉପରେ ବସାଇଥିବାର ଫଟୋ ପୋଷ୍ଟ କରିଥିଲେ। ଭାରତୀୟ ଚେସ୍‌ ତାରକା ତାନିଆ ଆଇଏମ୍‌ର ଓ ମହିଳା ଗ୍ରାଣ୍ଡମାଷ୍ଟରର ମୁକୁଟ କରାୟତ୍ତ କରିଛନ୍ତି। ସେ ୨ଥର (୨୦୦୬, ୨୦୦୭) ଭାରତୀୟ ଓ ଥରେ (୨୦୦୭) ଏସୀୟ ମହିଳା ଚେସ୍‌ ବିଜେତା। ଏଥିସହ ୩ ଥର (୨୦୧୬, ୨୦୧୮, ୨୦୧୯)ରାଜ୍ୟଗୋଷ୍ଠୀ ମହିଳା ଚେସ୍‌ ବିଜେତା ହୋଇଛନ୍ତି।

Advertisment

ଭାରତୀୟ କ୍ରିକେଟ୍‌ ଦଳର ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଏମ୍‌ଏସ୍‌ ଧୋନିଙ୍କ ଜଣେ ବଡ଼ ପ୍ରଶଂସକ ବୋଲି ପ୍ରମାଣ ଦେଇଛନ୍ତି। ରାଞ୍ଚିରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ମ୍ୟାଚ୍‌ ପରେ ଜାଡ଼େଜା ଧୋନିଙ୍କ ଘର ଆଗରେ ଫଟୋ ଉଠାଇଛନ୍ତି। ଏହି ଫଟୋକୁ ସାମାଜିକ ଗଣମାଧ୍ୟମରେ ମଧ୍ୟ ପୋଷ୍ଟ କରିଛନ୍ତି। ଏହାର ‌ଶିରୋନାମରେ ସେ ଧୋନିଙ୍କୁ ଟ୍ୟାଗ୍‌ କରି ଲେଖିଛନ୍ତି, ‘କିଂବଦନ୍ତିଙ୍କ ଘର ଆଗରେ ଜଣେ ପ୍ରଶଂସକ ଭାବେ ପୋଜ୍‌ ଦେବାର ମଜା।’ ଜ‌େଡ଼ଜାଙ୍କ ଏହି ଫଟୋକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିବା ସହ ଏ‌ହାକୁ ଭାଇରାଲ କରିଛନ୍ତି।