ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବିବାଦୀୟ ପ୍ରଶିକ୍ଷକ ତଥା ଅଷ୍ଟ୍ରେଲିଆର ମହାନ କ୍ରି‌କେଟର୍‌ ଗ୍ରେଗ୍ ଚାପେଲ ଏବେ ଦୁଇ ଓଳି ଦୁଇ ମୁଠା ଖାଇବା ଯୋଗାଡ଼ କରିପାରୁନାହାନ୍ତି। ଘୋର ଆର୍ଥିକ ଅନଟନ ଲାଗି ଦୁସ୍ଥ ଓ ଦୟନୀୟ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି। ଏପରିକି ୭୫ ବର୍ଷୀୟ ଚାପେଲଙ୍କ ପାଇଁ ତାଙ୍କର କିଛି ବନ୍ଧୁ ସାଧାରଣ ଜନତାଙ୍କଠାରୁ ପାଣ୍ଠି ସଂଗ୍ରହ କରୁଥିବା ଭଳି ଦୁଃଖଦ କଥା ମଧ୍ୟ ଜଣାପଡ଼ିଛି। ଅର୍ଥାଭାବ ଯୋଗୁ ଜୀବନ ବଞ୍ଚିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଥିବା ଚାପେଲ ମଧ୍ୟ ସ୍ବୀକାର କରିଛନ୍ତି। ତାଙ୍କ ନାଁରେ ଅନଲାଇନ୍‌ରେ ଗୋଫଣ୍ଡମି ନାମରେ ଏକ ପାଣ୍ଠି ସଂଗ୍ରହ ପେଜ୍ ଖୋଲା ଯାଇଥିବା ସେ ସୂଚନା ଦେଇଛନ୍ତି।

Advertisment

୨୦୦୫-୦୬ରେ ଭାରତୀୟ କ୍ରିକେଟ୍ ଦଳର ପ୍ରଶିକ୍ଷକ ଦାୟିତ୍ବରେ ଥିବା ଚାପେଲଙ୍କ ଦୁଇ ଭାଇ ଇଆନ ଓ ଇଭାନ ମଧ୍ୟ କ୍ରିକେଟର୍ ଥିଲେ। ହେଲେ ଏହି ଅସମୟରେ କେହି ତାଙ୍କୁ ସହାୟତାର ହାତ ବଢ଼ାଇ ନଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଚାପେଲ ଯେତେବେଳେ ଭାରତୀୟ ଦଳର ପ୍ରଶିକ୍ଷକ ଥିଲେ ନାନା ବିବାଦରେ ଛନ୍ଦି ହୋଇ କାର୍ଯ୍ୟକାଳ ଅଧାରୁ ବିତାଡ଼ିତ ହୋଇଥିଲେ। ଏପରିକି ତାଙ୍କ ଉପରେ ଉତ୍‌କ୍ଷିପ୍ତ ହୋଇ ଜଣେ କ୍ରିକେଟ୍‌ ପ୍ରେମୀ ଭୁବନେଶ୍ବର ବିମାନ ବନ୍ଦର ଯିବା ବାଟରେ ଚାପେଲଙ୍କୁ ଏକ ଶକ୍ତ ଚଟକଣା ମାରିଥିଲେ, ଯାହା ସେତେବେଳେ ବେଶ୍ ଚର୍ଚ୍ଚିତ ହୋଇଥିଲା।