ଚେନ୍ନାଇ ସୁପର କିଙ୍ଗ୍ସ ତାରକା ଖେଳାଳି ମହେନ୍ଦ୍ର ସିଂହ ଧୋନିଙ୍କୁ ଗୁରୁବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଶିବିରରେ ଦେଖିବାକୁ ମିଳିଛି। ଏମ୍ ଚିନ୍ନାସ୍ବାମୀ ଅଭ୍ୟାସ ଅଧିବେସନ ବେଳେ ଧୋନି ଆର୍ସିବି ଡ୍ରେସିଂ ରୁମ୍ ଯାଇଥିଲେ। ସେଠାରେ ତାଙ୍କୁ ଚା’ ଦେଇ ସ୍ବାଗତ କରାଯାଇଥିଲା। ଏହାର ହୃଦୟସ୍ପର୍ଶୀ ଭିଡିଓକୁ ଆର୍ସିବି ନିଜ ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ପୋଷ୍ଟ କରି ଶିରୋନାମରେ ଲେଖିଛି ‘ବେଙ୍ଗାଲୁରୁକୁ ସ୍ବାଗତମ୍, ମାହି’। ଧୋନି ଚା’ ବହୁତ ଭଲ ପାଆନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ‘‘ଚା ଆମକୁ ଅତି ନିକଟତର କରେ। ହୋଇପାରେ ଆମେ ସେହି ପିଢ଼ିରୁ ଆସିଛେ, ଯେଉଁଠାରେ ଚା’କୁ କେହି ମନା କରନ୍ତିନି। ଯେଉଠି ଗୁଲାବଜାମୁ, ଜିଲାପି ଯାଚିଲେ ମନା କରି ହୁଏ-କିନ୍ତୁ ଚା’କୁ ନୁହେଁ। ଚା’ ଉଭୟ ଖୀର ଓ ଚିନିରେ ତିଆରି। ଅଭ୍ୟାସ ପୂର୍ବରୁ ଓ ଜିମ୍ ପରେ ଆମେ ଚା’ ପିଇଥାଉ। ଏହା ଏପରି ଏକ ଜିନିଷ ମିଳିଲେ ମନା କରିହେବନି’’।
ସିଲି ପଏଣ୍ଟ୍: ଆର୍ସିବି ଡ୍ରେସିଂ ରୁମ୍ରେ ଚା’ ପିଇଲେ ଧୋନି
/sambad/media/post_attachments/wp-content/uploads/2024/05/fshsfsfhshfshf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)