୧୨ବର୍ଷର ବ୍ୟବଧାନ ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଭେଟିଛନ୍ତି ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ର ହିରୋ ଯୋଗୀନ୍ଦର ଶର୍ମା। ପାକିସ୍ତାନ ବିପକ୍ଷ ଫାଇନାଲ୍ରେ ଯୋଗୀନ୍ଦର ଶେଷ ଓଭର ବୋଲିଂ କରି ଭାରତକୁ ଐତିହାସିକ ବିଜୟ ଉପହାର ଦେଇଥିଲେ। ଯୋଗୀନ୍ଦରଙ୍କ ଭଳି କାମଚଳା ବୋଲର୍ଙ୍କୁ ବିଶ୍ବକପ୍ ଫାଇନାଲ୍ ଭଳି ବଡ଼ ମ୍ୟାଚ୍ର ଶେଷ ଓଭର ବୋଲିଂ କରିବାର ସାହସ ଦେଖାଇ ଧୋନି ମଧ୍ୟ ମହାନ ପାଲଟିଯାଇଥିଲେ। ଉଭୟ କିନ୍ତୁ ସେବେଠାରୁ ପରସ୍ପରକୁ ଭେଟିବାର ଖୁବ୍ କମ୍ ସୁଯୋଗ ପାଇଥିଲେ। ଧୋନି ତାଙ୍କ କ୍ରିକେଟ୍ କ୍ୟାରିୟର୍ରେ ଆଗକୁ ବଢ଼ି ସଫଳତାର ନୂଆସ୍ତର ଛୁଇଁଥିଲା ବେଳେ କ୍ରିକେଟ୍ ଛାଡ଼ିବା ପରେ ଯୋଗୀନ୍ଦର ହରିୟାଣା ପୁଲିସରେ ଡିଏସ୍ପି ଭାବେ କାମ ଆରମ୍ଭ କରିଥିଲେ। ନିକଟରେ କିନ୍ତୁ ଉଭୟ ଏକ କାର୍ଯ୍ୟକ୍ରମ ଅବସରରେ ଭେଟାଭେଟି ହୋଇ ପୁରୁଣା ସ୍ମୃତିର ରୋମନ୍ଥନ କରିଥିଲେ। ଯାହା ଫଟୋ ଯୋଗୀନ୍ଦର ନିଜ ଇନଷ୍ଟାଗ୍ରାମ୍ ପୃଷ୍ଠାରେ ପ୍ରକାଶ କରି ନିଜ ଉତ୍ସାହକୁ ଜାହିର କରିଛନ୍ତି। ଫଟୋଟି ତଳେ ସେ ଲେଖିଛନ୍ତି ଯେ ୧୨ ବର୍ଷର ବଡ଼ ବ୍ୟବଧାନ ପରେ ଧୋନିଙ୍କୁ ଭେଟି ବହୁତ ଖୁସି ଲାଗିଛି।
ସିଲି ପଏଣ୍ଟ୍: ୧୨ ବର୍ଷ ପରେ ଧୋନି- ଯୋଗୀନ୍ଦର
/sambad/media/post_attachments/wp-content/uploads/2024/08/sfhhsffhsfh.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)