ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ‌ଧୋନି ଗୁଜୁରାଟୀ ଓ କାଠିଆୱାଡ଼ୀ ଖାଦ୍ୟକୁ ବେଶ୍ ପସନ୍ଦ କରନ୍ତି। ସେଥିମଧ୍ୟରୁ ଦହି-ଖେଚୁଡ଼ି ତାଙ୍କର ସବୁଠୁ ପ୍ରିୟ। ଯେତେବେ‌ଳେ ବି ଧୋନି ରାଜକୋଟ ଆସନ୍ତି ଏଠାକାର ବିଶ୍ବପ୍ରସିଦ୍ଧ ଦହି-ଖେଚୁଡ଼ି ଖାଇବାକୁ ଭୁଲନ୍ତି ନାହିଁ। କେବଳ ଧୋନି ନୁହନ୍ତି, ହାର୍ଦିକ ପାଣ୍ଡ୍ୟା ଓ କେଏଲ୍ ରାହୁଲ ମଧ୍ୟ ଦହି-ଖେଚୁଡ଼ିକୁ ମହାଅନନ୍ଦରେ ଖାଇଥା’ନ୍ତି। ଏଭଳି ସୂଚନା ଦେଇଛନ୍ତି ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ୍‌ରେ ଖେଳାଳିମାନେ ରହିବାକୁ ଥିବା ରାଜକୋଟର ପଞ୍ଚତାରକା ହୋଟେଲ୍‌ ‘ସାୟାଜୀ ହୋଟେଲ୍ସ’ର ପ୍ରବନ୍ଧକ। ଭାରତ ଓ ଇଂଲଣ୍ଡ ଖେଳାଳିଙ୍କ ପାଇଁ ମଧ୍ୟ ହୋଟେଲ ସ୍ବତନ୍ତ୍ର ବ୍ୟବସ୍ଥା କରିଥିବା ସେ ସୂଚନା ଦେଇଛନ୍ତି।

Advertisment

ଏକ କ୍ରିକେଟ୍‌ ମ୍ୟାଚ୍‌ ସମୟରେ ଜଣେ ଦର୍ଶକ କିପରି ରାତାରାତି ତାରକା ପାଲଟିଯାଏ ତାହା ମଙ୍ଗଳବାର ଦେଖିବାକୁ ମିଳିଥିଲା। ପର୍ଥରେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ସମୟରେ ଜଣେ ଦର୍ଶକ କଫି ଗ୍ଲାସ୍‌ ହାତରେ ଧରିଥିବା ସମୟରେ ଅନ୍ୟ ହାତରେ ବଲ୍‌କୁ କ୍ୟାଚ୍‌ ନେବା ଯୋଗୁଁ ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି। ଗ୍ୟାଲେରିରେ ଖେଳ ଦେଖୁଥିବା ସମୟରେ ତାଙ୍କ ପାଖକୁ ବଲ୍‌ ଆସିଥିଲା ବେଳେ ବାମହାତରେ ଧରିଥିବା କଫି ଗ୍ଲାସ୍‌କୁ କୌଣସି କ୍ଷତି ନପହଞ୍ଚାଇ ଡାହାଣ ହାତରେ ବଲ୍‌କୁ କ୍ୟାଚ୍‌ କରିଥିଲେ। ଏହି ଘଟଣା ମ୍ୟାଚ୍‌ର ୧୬ତମ ଓଭରରେ ଘଟିଥିଲା। ସ୍ପେନସର ଜନସନ୍‌ଙ୍କ ବାଉନ୍ସରକୁ ସେର୍ଫାନ୍‌ ରଦରଫୋର୍ଡ ଫାଇନ୍‌ ଲେଗ୍‌କୁ ଛକା ମାରିଥିଲେ। ବଲ୍‌ ଗ୍ୟାଲେରି ଆଡ଼କୁ ଯିବା ବେଳେ ସଂପୃକ୍ତ ଦର୍ଶକ ଜଣକ ତାହାକୁ ହାତରେ ଧରି ଟାଣି ଆଣିଥିଲେ। ଏହାକୁ ଦେଖି ଦର୍ଶକମାନେ ତାଙ୍କୁ ତାଳିମାରି ଅଭିବାଦନ ଜଣାଇଥିଲେ।