ଭାରତୀୟ କ୍ରିକେଟ୍ ଦଳର ସୁପର୍ ଷ୍ଟାର୍‌ ତଥା ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବେ ପତ୍ନୀ ସାକ୍ଷୀଙ୍କ ସହ ଗୋଆରେ ଛୁଟି କାଟୁଛନ୍ତି। ଗୋଆ ବେଳାଭୂମିର ମଜା ଉଠାଇବା ସହ ମୂଲ୍ୟବାନ୍‌ ସମୟ ବିତାଇଛନ୍ତି। ଏହି ଗସ୍ତରେ ‌ସାକ୍ଷୀଙ୍କ ଶ୍ରେଷ୍ଠ ବାଂଧବୀ ପୂର୍ଣ୍ଣା ପଟେଲ ଓ ତାଙ୍କ ପତି ନମିତ ସୋନି ମଧ୍ୟ ଯୋଡ଼ି ହୋଇଛନ୍ତି। ଲମ୍ବା ଚୁଟି ରଖିଥିବା ଧୋନି କ୍ୟାମେରା ସାମ୍ନାରେ ହସ ହସ ମୁହଁ ଦେଖାଇ ପ୍ରଶଂସକଙ୍କ ପାଇଁ ଖୁସିର ଖୋରାକ ଯୋଗାଇଛନ୍ତି। ସୂଚନାଯୋଗ୍ୟ, ଚେନ୍ନାଇ ସୁପର୍ କିଙ୍ଗ୍ସକୁ ୫ ଥର ବିଜେତା କରାଇଥିବା ଧୋନି ୨୦୨୪ ଆଇପିଏଲ୍‌ ଋତୁ ପୂର୍ବରୁ କିଛି ଅବସର ମୁହୂର୍ତ୍ତ ବିତାଇବାକୁ ଗୋଆକୁ ପସନ୍ଦ କରିଛନ୍ତି। ସମସ୍ତ ଫର୍ମାଟ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ଧୋନି କେବଳ ଆଇପିଏଲ୍‌ ଖେଳୁଛନ୍ତି। ୨୦୨୩ରେ ମଧ୍ୟ ତାଙ୍କ ନେତୃ୍ତ୍ବରେ ସିଏସ୍‌କେ ବିଜେତା ହୋଇଥିଲା।