ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍‌ ବିଜୟୀ ଦଳର ସଦସ୍ୟ ଥିବା ରବୀନ୍ଦ୍ର ଜାଡ଼େଜା ସ୍ବଦେଶ ଫେରିବା ପରେ ଏକ ନୂଆ ଦେଶୀ ଅନୁଭୂତି ପାଇଛନ୍ତି। ବିଭିନ୍ନ ଶୈଳୀ ପାଇଁ ଚର୍ଚ୍ଚାରେ ରହୁଥିବା ଜାଡ଼େଜାଙ୍କୁ ଏବେ ଶଗଡ଼ ଗାଡ଼ି ଚଳାଉଥିବାର ଦେଖିବାକୁ ମିଳିଛି। ଆଫ୍‌ଗାନିସ୍ତାନ ବିପକ୍ଷ ଶୃଙ୍ଖଳା ପୂର୍ବରୁ ତାଙ୍କର ଶଗଡ଼ ଗାଡ଼ି ଚଲାଇବାର ଭିଡିଓ ପ୍ରଶଂସକମାନଙ୍କୁ ଖୁସିର ଖୋରାକ ଯୋଗାଇଛି। ଇନ୍‌ଷ୍ଟାଗ୍ରାମରେ ଛଡ଼ାଯାଇଥିବା ଏହି ଭିଡିଓରେ ଜାଡ଼େଜା ଶଗଡ଼ ଗାଡ଼ି ଉପରେ ବେସ୍‌ ଆରାମରେ ବସି ଯାଉଛନ୍ତି। ଏହି ଭିଡିଓର ଶିରୋନାମରେ ଜାଡ଼େଜା ଲେଖିଛି ‘ଭିଣ୍ଟେଜ୍‌ ରାଇଡ୍‌’। ଭାରତୀୟ ଦଳର ଏହି ଅଲ୍‌ରାଉଣ୍ଡର ମଧ୍ୟ ଜୀବନରେ ଅଲ୍‌ରାଉଣ୍ଡର କାମ କରୁଛନ୍ତି। ଭିଡିଓରେ ତାଙ୍କ ପ୍ରଶଂସକମାନେ ବିଭିନ୍ନ କମେଣ୍ଟ୍‌ ଦେଇଛନ୍ତି। ଜଣେ ଲେଖିଛନ୍ତି, ‘ରାଜପୁତନା’। ଆଉ ଜଣେ ଲେଖିଛନ୍ତି, ‘ୱା ସୁପର ଜାଡ଼ୁ ସରକାର’।

Advertisment

ସାଂସଦ ହେଲେ ସାକିବ
ବାଂଲାଦେଶ ତାରକା କ୍ରିକେଟର୍‌ ଅଲରାଉଣ୍ଡର ସାକିବ ଅଲ୍‌ ହାସନ ସାଂସଦ ଭାବେ ରବିବାର ନିର୍ବାଚିତ ହୋଇଛନ୍ତି। ଦେଶରେ ହୋଇଥିବା ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା ବେଳେ ସେ ବିପକ୍ଷ ଦଳର ପ୍ରାର୍ଥୀଙ୍କୁ ମାତ୍‌ ଦେଇଥିଲେ। କ୍ରିକେଟ୍‌ର ସବୁଫର୍ମାଟ୍‌ରେ ବାଂଲାଦେଶର ଅଧିନାୟକ ଦାୟିତ୍ବ ତୁଲାଇଥିବା ୩୬ ବର୍ଷୀୟ ଏହି ଅଲ୍‌ରାଉଣ୍ଡର ୧୫୦୦୦ରୁ ଅଧିକ ଭୋଟ୍‌ରେ ମଗୁରାରୁ ବିଜୟୀ ହୋଇଛନ୍ତି। ସାକିବ ପ୍ରଧାନମନ୍ତ୍ରୀ ସେଖ ହାସିନାଙ୍କ ଶାସକ ଦଳ ଆୱାମି ଲିଗ୍‌ ପାର୍ଟିର ପ୍ରାର୍ଥୀ ହୋଇଥିଲେ। ବିଜୟ ପରେ ସାକିବ କହିଛନ୍ତି, ‘‘ଏହା ଲ୍ୟାଣ୍ଡସ୍ଲାଇଡ୍‌ ବିଜୟ’’। ବାଂଲାଦେଶ ପକ୍ଷରୁ ସାକିବ ୬୬ ଟେଷ୍ଟ୍‌ ଓ ୨୪୭ ଦିନିକିଆ ଓ ୧୧୭ ଟ୍ବେଣ୍ଟି-୨୦ ଖେଳିଛନ୍ତି।