ସାଉଦି ପ୍ରିମିୟର ଲିଗ୍ ଫୁଟ୍ବଲ୍ ପ୍ରତିଯୋଗିତା ଖେଳୁଥିବା ପର୍ତ୍ତୁଗାଲର ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ପୁଣି ଥରେ ବିବାଦରେ ଛନ୍ଦି ହୋଇଛନ୍ତି। ଅଲ ନସିର ଦଳର ପ୍ରତିନିଧିତ୍ବ କରୁଥିବା ରୋନାଲ୍ଡୋ ରବିବାର ଅଲ ଶବାବ ବିପକ୍ଷ ୩-୨ ଗୋଲ ବିଜୟ ପରେ ଏଭଳି ଅଶୋଭନୀୟ ଆଚରଣ କରିଥିଲେ। ପ୍ରତିପକ୍ଷ ଅଲ ଶବାବ ଦଳର ପ୍ରଶଂସକଙ୍କୁ ସେ ନିଜ କୋଳ ଆଗରେ ହାତ ରଖି ଅଶ୍ଳୀଳ ଇଙ୍ଗିତ କରୁଥିବାର ଭିଡିଓ ପଦାକୁ ଆସିବା ପରେ ପ୍ରଶଂସକମାନେ ତାଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେହିଭଳି ଷ୍ଟାଡିୟମ୍ରେ ଉପସ୍ଥିତ ଅଲ୍ ଶବାବ ସମର୍ଥକ ରୋନାଲ୍ଡୋଙ୍କ ପୁରୁଣା ପ୍ରତିଦ୍ବନ୍ଦ୍ବୀ ମେସିଙ୍କ ନାଁକୁ ବାରମ୍ବାର ଉଚ୍ଚାରଣ କରି ତାଙ୍କୁ ଚିଡ଼ାଇଥିଲେ। ଏଥିରେ ଅନେକ ମେସି ସମର୍ଥକ ମଧ୍ୟ ସାମିଲ ଥିଲେ।
ସିଲି ପଏଣ୍ଟ୍: ରୋନାଲ୍ଡୋଙ୍କୁ ଚିଡ଼ାଇଲେ ମେସି ସମର୍ଥକ
/sambad/media/post_attachments/wp-content/uploads/2024/02/Messi-Supporters-Teases-Ronaldo_Silly-Point_Thumbnail.jpg)