ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ପାଇଁ ଚଳିତ ଆଇପିଏଲ୍ ଭଲ ଯାଉ ନାହିଁ। ପ୍ରଥମ ମ୍ୟାଚ୍ରେ ଗୁଜରାଟ ଜାଏଣ୍ଟସ୍ଠୁ ପରାଜିତ ହେବା ପରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଦ୍ବିତୀୟ ମ୍ୟାଚ୍ରେ ମଧ୍ୟ ଦଳ ପରାସ୍ତ ହୋଇଥିଲା। ଏହାପରଠୁ ପାଣ୍ଡ୍ୟାଙ୍କ ନେତୃତ୍ବକୁ ନେଇ ଅନେକ ପ୍ରଶଂସକ ପ୍ରଶ୍ନ ଉଠାଇଥିଲେ। ଏପରିକି ପଡ଼ିଆରେ ରୋହିତ ଶର୍ମାଙ୍କୁ ପଡ଼ିଆରେ ବାରମ୍ବାର ସ୍ଥାନ ବଦଳାଇ ଦୌଡ଼ାଇଥିବାରୁ ଏହି ପୂର୍ବତନ ଅଧିନାୟକଙ୍କୁ ଅସମ୍ମାନ କରାଯାଇଛି ବୋଲି ବିବାଦ ଆରମ୍ଭ ହୋଇଥିଲା। ଏବେ ଦଳର ବୋଲିଂ ପ୍ରଶିକ୍ଷକ ଲାସିଥ ମାଲିଙ୍ଗାଙ୍କୁ ପରାଜୟ ପରେ ଅସମ୍ମାନ କରାଯାଇଥିବା ଭଳି ନୂଆ ଅଭିଯୋଗ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ଶେଷ ହେବା ପରେ ମାଲିଙ୍ଗା ପଡ଼ିଆ ଭିତରେ ପାଣ୍ଡ୍ୟାଙ୍କୁ ଆଲିଙ୍ଗନ କରିବାକୁ ଯାଉଥିବା ବେଳେ ଦଳର ଏହି ନୂଆ ଅଧିନାୟକ ଏହାକୁ ଏଡ଼ାଇ ଯାଇଥିଲେ। କେବଳ ଏତିକି ନୁହେଁ, କିରଣ ପୋଲାର୍ଡଙ୍କ ପାଖକୁ ମାଲିଙ୍ଗା ଡଗ୍ଆଉଟ୍ରେ ବସିଥିବା ସମୟରେ ଏକ ଭିଡିଓ ମଧ୍ୟ ଭାଇରାଲ୍ ହେଉଛି। କିନ୍ତୁ ଯେତେବେଳେ ସେଠାକୁ ପାଣ୍ଡ୍ୟା ଆସୁଛନ୍ତି, ମାଲିଙ୍ଗା ତାଙ୍କ ସିଟ୍ ଅଧିନାୟକଙ୍କ ପାଇଁ ଖାଲି କରିଦେଇଥିବା ଦେଖାଯାଇଛି। ପୋଲାର୍ଡ ଛିଡ଼ା ହେବାକୁ ଯାଉଥିଲେ ମଧ୍ୟ ମାଲିଙ୍ଗା ତାଙ୍କୁ ବସି ରହିବାକୁ କହି ସେଠାରୁ ଚାଲିଯାଇଥିଲେ। ମୁମ୍ବାଇ ତାହାର ପରବର୍ତ୍ତୀ ମ୍ୟାଚ୍ ଏପ୍ରିଲ ୧ ତାରିଖରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଘରୋଇ ମ୍ୟାଚ୍ ଖେଳିବ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp