ଭୁବନେଶ୍ବର: ଭାରତୀୟ କ୍ରିକେଟର୍‌ ବିରାଟ କୋହଲିଙ୍କ ଡାଏ ହାର୍ଡ ‌ପ୍ରଶଂସକ ବ୍ରହ୍ମପୁରର ପିଣ୍ଟୁ ବେହେରା ଏବେ ପୁଣି ଚର୍ଚ୍ଚାରେ। ମୁମ୍ବାଇରେ ବୁଧବାର ଆରମ୍ଭ ହୋଇଥିବା ଇଣ୍ଡିଆନ୍‌ ଷ୍ଟ୍ରିଟ୍‌ ପ୍ରିମିୟର ଲିଗ୍‌ (ଆଇଏସ୍‌ପିଏଲ୍‌) ଉଦ୍‌ଘାଟନୀ ଦିବସରେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ମଧ୍ୟ ତାଙ୍କର ଜଣେ ପ୍ରଶଂସକ ପାଲଟିଯାଇଛନ୍ତି। ପିଣ୍ଟୁଙ୍କ ଦେହ ସାରା କୋହଲିଙ୍କ ସଂପର୍କିତ ଟାଟୁ ଥିଲା ବେଳେ ପେଟରେ ସଚିନ୍‌ଙ୍କ ଟାଟୁ ଆଙ୍କିଛନ୍ତି। ଏହାକୁ ଦେଖିବା ପରେ ସଚିନ୍‌ ମଧ୍ୟ ତାଜୁବ୍‌ ହୋଇଯାଇଥିଲେ। କେବେଠୁ ଟାଟୁ କଲେଣି? ଟାଟୁ କଲା ବେଳେ କେତେ କଷ୍ଟ ଲାଗେ? କେତେ ସମୟ ଲାଗିଥାଏ? ଏଭଳି ଅନେକ ପ୍ରଶ୍ନ ସଚିନ୍‌ ତାଙ୍କୁ ପଚାରିଥିଲେ। ପିଣ୍ଟୁ ମଧ୍ୟ ସବୁଗୁଡ଼ିକର ଜବାବ ଦେବା ପରେ ସଚିନ୍‌ ତାଙ୍କ ପେଟରେ ଅଟୋଗ୍ରାଫ୍‌ ଦେଇଥିଲେ। ଏହି ଅବସରରେ ପ୍ରଜ୍ଞାନ ଓଝା, ସୁରେଶ ରାଇନା, କେଦାର ଯାଦବ, କରିନା କପୁର, ସୈଫ ଅଲ୍ଲୀ ଖାନ୍‌ ମଧ୍ୟ ପିଣ୍ଟୁଙ୍କୁ ସାକ୍ଷାତ କରିଥିଲେ। ସମସ୍ତେ ତାଙ୍କ ଦେହର ଟାଟୁ ଦେଖି ପ୍ରଶଂସା କରିଛନ୍ତି।