ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଏବଂ ତାଙ୍କ ପାକିସ୍ତାନୀ କ୍ରିକେଟର୍‌ ପତି ସୋଏବ ମଲ୍ଲିକ ମଙ୍ଗଳବାର ଏକାଠି ପୁଅ ଈଝାନର ପଞ୍ଚମ ବାର୍ଷିକ ଜନ୍ମଦିନ ପାଳିଛନ୍ତି। ଦୁବାଇରେ ଉଭୟ ନିଜ ପରିବାର ସହ ଜନ୍ମଦିନ ପାଳନ କରିଛନ୍ତି। ଉଭୟ ଏହି ଉତ୍ସବର ଫଟୋକୁ ନିଜ ନିଜ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଈଝାନ ଓ ପରିବାରର ଅନ୍ୟସଦସ୍ୟଙ୍କ ଏକାଧିକ ଫଟୋକୁ ସାନିଆ ସାମାଜିକ ଗଣମାଧ୍ୟମରେ ଭାବପ୍ରବଣ ଶିରୋନାମା (ଉଜ୍ଜ୍ବଳ ତାରକା) ସହ ପୋଷ୍ଟ କରିଛନ୍ତି। ‘‘ଆମ ଜୀବନର ଉଜ୍ଜ୍ବଳ ତାରକାକୁ ଜନ୍ମଦିନର ଶୁଭେଚ୍ଛା।

Advertisment

ମୋ ଚାରିପଟେ ଯେତେ ଅନ୍ଧକାର ହେଲେ, ତୁମର ହସ ତାହାକୁ ଆଲୋକିତ କରିଦିଏ। ଏଥିପାଇଁ ଆଲ୍ଲାଙ୍କ ନିକଟରେ କୃତଜ୍ଞ। ତୁମ ସହ ମୋର ନିଃସର୍ତ୍ତ ଭଲପାଇବା ରହିଛି। ତୁମେ ମୋର ହୃଦୟ ଏବଂ ସଦାବେଳେ ମୋ ପାଇଁ ଶିଶୁ ହୋଇ ରହିଥିବ। ଅଲ୍ଲା ତୁମକୁ ସର୍ବଦା ଆଶୀର୍ବାଦ ପ୍ରଦାନ କରନ୍ତୁ’’ ବୋଲି ସାନିଆ ଲେଖିଛନ୍ତି। ସୋଏବ ମଧ୍ୟ କିଛି ଫଟୋ ପୋଷ୍ଟ କରି ଲେଖିଛନ୍ତି ‘‘ହାପି ବାର୍ଥ ଡେ ବେଟା, ବାବା ତୁମକୁ ଭଲପାଆନ୍ତି’’। ସାନିଆ ଓ ସୋ‌ଏବ ଏକାଠି ପୁଅର ଜନ୍ମ ଦିନ ପାଳନ କରୁଥିଲା ବେଳେ କିନ୍ତୁ ଫଟୋରେ କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଥିଲା। ଇନ୍‌ଝାନ ସହ ‌ସୋଏବ କେକ୍‌ ପାଖରେ ଠିଆ ହୋଇଥିଲା ବେଳେ ସାନିଆ ଭଉଣୀ ଆନମଙ୍କ ଝିଅ ଦୁଆକୁ ବାହୁରେ ଧରିବା ସହ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବା ‌ଜଣାପଡ଼ୁଥିଲା।