ଅଧିକରୁ ଅଧିକ କନ୍ୟା ସନ୍ତାନଙ୍କୁ ଫୁଟ୍ବଲ୍ ଖେଳିବାକୁ ଛାଡ଼ିବାକୁ ଦେଶର ଅବିଭାବକମାନଙ୍କୁ ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର ଆହ୍ବାନ କରିଛନ୍ତି। ସେହିଭଳି ଝିଅମାନଙ୍କ ଫୁଟବଲର୍ ହେବାର ସ୍ବପ୍ନକୁ ସାକାର କରିବାକୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ତାଙ୍କ ସ୍ବେଚ୍ଛାସେବୀ ଅନୁଷ୍ଠାନର ବାଳିକା ଫୁଟ୍ବଲ୍ ଦଳର ଖେଳାଳିଙ୍କ ସହ ଆଲୋଚନା କଲା ବେଳେ ସଚିନ ଓ ତାଙ୍କ ପତ୍ନୀ ଅଞ୍ଜଳି ସେମାନଙ୍କୁ ବ୍ୟକ୍ତିଗତ ଭାବେ ସହଯୋଗ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ବି ଦେଇଛନ୍ତି। ‘‘ଫୁଟ୍ବଲ୍ ମାଧ୍ୟମରେ ଝିଅମାନଙ୍କୁ ସଶକ୍ତ କରିହେବ। ଏହି ଖେଳ ସେମାନଙ୍କ ଜୀବନର ଗତିପଥ ବଦଳାଇଦେବ। ପିଲାମାନେ ଫୁଟ୍ବଲ୍ ଖେଳିବାକୁ ଚାହୁଥିଲେ ମଧ୍ୟ ଅନେକ ସମୟରେ ଅବିଭାବକମାନେ ଏହାକୁ ପସନ୍ଦ କରିନ୍ତିନି। ଅବିଭାବକମାନଙ୍କୁ ଏହି ଚିନ୍ତାଧାରା ବଦଳାଇବାକୁ ହେବ’’ ବୋଲି ଏହି ଅବସରରେ ସଚିନ କହିଥିଲେ।
ସିଲି ପଏଣ୍ଟ୍: କନ୍ୟା ସନ୍ତାନଙ୍କୁ ଫୁଟ୍ବଲ୍ ଖେଳାଇବାକୁ ସଚିନଙ୍କ ଆହ୍ବାନ
/sambad/media/post_attachments/wp-content/uploads/2024/04/gjjggdgjdgjjg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)