ଦର୍ଶକ ଗ୍ୟାଲେରିରେ ବସି ଗୁଜରାଟ ଟାଇଟନ୍ସକୁ ନିୟମିତ ସମର୍ଥନ ଦେଇ ଆସୁଥିବା ଜଣେ ସୁନ୍ଦରୀ ଯୁବତୀଙ୍କୁ ନେଇ ପ୍ରଶଂସକ ମହଲରେ ଚହଳ ସୃଷ୍ଟି ହୋଇଛି। ଏପରିକି ଯୁବତୀ ଜଣକ କିଏ? କାହାର ସମର୍ଥକ? ସେ ଚର୍ଚ୍ଚା ଗୁରୁବାର ଦିନ ସାରା ସାମାଜିକ ଗଣମାଧ୍ୟମରେ ଲାଗି ରହିଛି। ବିଶେଷ କରି ବୁଧବାରର ଗୁଜରାଟ ଟାଇଟନ୍ସ-ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ରେ ଗୁଜରାଟ ବ୍ୟାଟର୍ ଅତ୍ୟନ୍ତ ଦୟନୀୟ ବ୍ୟାଟିଂ କରିଥିଲେ ମଧ୍ୟ ଯୁବତୀ ଜଣକ ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେମାନଙ୍କ ମନୋବଳ ବଢ଼ାଇବାରେ ଲାଗି ରହିବା କ୍ରିକେଟ୍ପ୍ରେମୀଙ୍କୁ ଅଧିକ ପ୍ରଭାବିତ କରିଛି। ଅନେକ ପ୍ରଶଂସକ ତାଙ୍କୁ ହଲିଉଡ୍ ଅଭିନେତ୍ରୀ ଆନା ଡେ ଅରମାସ୍ଙ୍କ ସହ ତୁଳନା କରିଛନ୍ତି। ତାଙ୍କ ସୌନ୍ଦର୍ଯ୍ୟରେ ବିଭୋର ହୋଇ ପ୍ରଶଂସାରେ ପୋତି ଦେଇଛନ୍ତି। ଅବଶ୍ୟ ପ୍ରଶଂସିକା ଜଣକଙ୍କର ଅସଲ ପରିଚୟ ଏପର୍ଯ୍ୟନ୍ତ ମିଳିନି। ତଥାପି ଗୁଜରାଟ ଟାଇଟନ୍ସର ଜଣେ ଦୃଢ଼ ପ୍ରଶଂସକ ବୋଲି ସେ ପ୍ରମାଣିତ କରିଛନ୍ତି।
ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷରେ ମ୍ୟାଚ୍ ଖେଳିବା ଲାଗି ଚେନ୍ନାଇ ସୁପରକିଙ୍ଗ୍ସ ଖେଳାଳି ଲକ୍ଷ୍ନୌ ବିମାନବନ୍ଦରରେ ଓହ୍ଲାଇବା ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମୁଖ୍ୟ ଆକର୍ଷଣ ସାଜିଥିଲେ। ଲମ୍ବା ଚୁଟି ଓ ଦାମୀ ସନ୍ଗ୍ଲାସ୍ ପିନ୍ଧି ସେ କୌଣସି ବଲିଉଡ୍ ତାରକାଙ୍କଠାରୁ କମ୍ ଗ୍ଲାମରସ୍ ଲାଗୁ ନଥିଲେ। ତାଙ୍କୁ ଦେଖିବା ଲାଗି ବିମାନବନ୍ଦର ବାହାରେ ପ୍ରବଳ ଭିଡ଼ ଲାଗିଥିଲା। ବିମାନବନ୍ଦର ଭିତରେ ଥିବା ଯାତ୍ରୀମାନେ କିନ୍ତୁ ଧୋନିଙ୍କୁ ପାଖରୁ ଦେଖିବାର ସୁବର୍ଣ୍ଣ ସୁଯୋଗ ପାଇଥିଲେ। ଧୋନି ମଧ୍ୟ ପ୍ରଶଂସକଙ୍କ ଅନୁରୋଧକୁ ରକ୍ଷା କରି ସେମାନଙ୍କ ସହ ଏକାଧିକ ଫଟୋ ଉଠାଇଥିଲେ। ବିଶେଷ କରି କୁନିକୁନି ପ୍ରଶଂସକଙ୍କ ସହ ସେଲ୍ଫି ଉଠାଇ ବେଶ୍ ଖୁସି ହୋଇଥିଲେ। ଚେନ୍ନାଇ ସୁପରକିଙ୍ଗ୍ସ ତା ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍ରେ ଭିଡିଓ ପ୍ରକାଶ କରି ପ୍ରଶଂସକଙ୍କୁ ଏହାର ଝଲକ ଦେଖାଇଥିଲା। ତା’ ତଳେ ଲେଖିଥିଲା ‘ନବାବଙ୍କ ସହରରେ ରାଜା’।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/gdjgjgjgjgj.jpg)