ସିଲି ପଏଣ୍ଟ୍‌: ବାମିକାଙ୍କ ସହ ବିରାଟଙ୍କ ମଧ୍ୟାହ୍ନଭୋଜନ

ଲଣ୍ଡନ: ପୁଅ ଅକାୟର ଜନ୍ମ ପାଇଁ ଭାରତୀୟ ଦଳଠୁ ଦୂରେଇ ଯାଇଥିବା ତାରକା ବ୍ୟାଟର୍ ବିରାଟ କୋହଲିଙ୍କୁ ମଙ୍ଗଳବାର ଲଣ୍ଡନର ଏକ ରେସ୍ତୋରାଁରେ ଦେଖିବାକୁ ମିଳିଛି। ଝିଅ ବାମିକା ସହ କୋହଲି ସେଠାକୁ ମଧ୍ୟାହ୍ନ ଭୋଜନ ପାଇଁ ଯାଇଥିଲେ। ବାପ-ଝିଅ ସଂପୃକ୍ତ ରେସ୍ତୋରାଁରେ ଖାଉଥିଲା ବେଳେ ପାପାରାଜିଙ୍କ କ୍ୟାମେରା ଫ୍ରେମ୍‌ରେ ଧରାପଡ଼ିଯାଇଥିଲେ। ଏହି ଫଟୋ ପଦାକୁ ଆସିବା ପରେ ସାମାଜିକ ଗଣମାଧ୍ୟମରେ ବେଶ୍ କିଛି ସମୟ ଚର୍ଚ୍ଚାରେ ରହିଥିଲା। ପ୍ରଶଂସକମାନେ କୋହଲି-ବାମିକାଙ୍କ ଏହି ଫଟୋକୁ ହଜାର ହଜାର ସଂଖ୍ୟାରେ ଲାଇକ୍ ଦେଇଥିଲେ। ବାମିକାଙ୍କ ମୁହଁ ଭଲ ଭାବରେ ଦେଖାଯାଉନଥିବାରୁ କିଛି ପ୍ରଶଂସକ ଅଭିମାନଭରା ବାର୍ତ୍ତା ବି ଛାଡ଼ିଥିଲେ।

ସମ୍ବନ୍ଧିତ ଖବର