ସିଡ୍ନି: ନିକଟରେ ଟେଷ୍ଟ୍ କ୍ରିକେଟ୍ରୁ ଅବସର ନେଇଥିବା ଅଷ୍ଟ୍ରେଲୀୟ ବ୍ୟାଟର୍ ଡେଭିଡ୍ ୱାର୍ଣ୍ଣର ଗୁରୁବାର ସିଡ୍ନି କ୍ରିକେଟ୍ ଗ୍ରାଉଣ୍ଡ (ଏସ୍ସିଜି)ରେ ହେଲିକପ୍ଟରରୁ ଓହ୍ଲାଇଛନ୍ତି। ସିଡ୍ନି ଥଣ୍ଡର ପକ୍ଷରୁ ବିଗ୍ ବାସ୍ ଲିଗ୍ ମ୍ୟାଚ୍ ଖେଳିବା ଲାଗି ସେ ଆସିଛନ୍ତି। ହଣ୍ଟରଭାଲିରେ ଭାଇ ବାହାଘରରେ ଯୋଗ ଦେଇ ଏହି ୩୭ ବର୍ଷୀୟ ତାରକା ବ୍ୟାଟର୍ ହେଲିକପ୍ଟରରେ ଆସି ଏସ୍ସିଜିର ଆଉଟ୍ ଫିଲ୍ଡରେ ଓହ୍ଲାଇଥିଲେ। ୱାର୍ଣ୍ଣର ଗତ ସପ୍ତାହରେ ସିଡ୍ନିରେ ପାକିସ୍ତାନ ବିପକ୍ଷ ଟେଷ୍ଟ୍ ପରେ ଅବସର ନେଇଥିଲେ। ପୂର୍ବରୁ ଦିନିକିଆରୁ ଅବସର ନେଇଥିବା ୱାର୍ଣ୍ଣର ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଓ ବିଭିନ୍ନ ଟ୍ବେଣ୍ଟି-୨୦ ଲିଗ୍ ଖେଳିବା ଜାରି ରଖିବେ। ସଂପ୍ରତି ସେ ସିଡ୍ନି ଥଣ୍ଡର ସହ ଦୁଇ ବର୍ଷୀୟା ଚୁକ୍ତି କରିଛନ୍ତି। ସିଡ୍ନି ଥଣ୍ଡର ଶୁକ୍ରବାର ସିଡ୍ନି ସିକ୍ସରକୁ ଭେଟୁଛି।
ସିଲି ପଏଣ୍ଟ୍: ଏସ୍ସିଜିରେ ହେଲିକପ୍ଟରରୁ ଓହ୍ଲାଇଲେ ୱାର୍ଣ୍ଣର
/sambad/media/post_attachments/wp-content/uploads/2024/01/fhfhffh.jpg)