ସ୍ପିନ୍ ଯାଦୁଗର ୟୁଝବେନ୍ଦ୍ର ଚହଲ ଓ ତାଙ୍କ ନୃତ୍ୟାଙ୍ଗନା ପତ୍ନୀ ଧନଶ୍ରୀ ବର୍ମା ପ୍ରକୃତିକୋଳରେ ଜୀବନର ମଜା ଉଠାଉଛନ୍ତି। ଲମ୍ବା ଓ ଘନକଳା କେଶ ସହ ଆକର୍ଷଣୀୟ ଚେହେରା ପାଇଁ ପରିଚିତ ପତ୍ନୀ ଧନଶ୍ରୀଙ୍କ ସହ କଟାଉଥିବା ଏହି ସ୍ମରଣୀୟ ମୁହୂର୍ତ୍ତର ଫଟୋ ଛାଡ଼ି ନିଜ ଅପୂର୍ବ ଉତ୍ସାହର ପରିପ୍ରକାଶ କରିଛନ୍ତି ୟୁଜି। ଏହାକୁ ସେ ଶୀତକାଳୀନ ‘ନେଚର ଥେରାପି’ ବା ‘ପ୍ରକୃତିର ଉପଚାର’ ନାଁ ଦେଇଛନ୍ତି। ନିପଟ ମଫସଲ ଗାଁ’ର ବିସ୍ତୀର୍ଣ୍ଣ କ୍ଷେତରେ ଫୁଟିଥିବା ହଳଦୀ ରଙ୍ଗର ସୋରିଷ ଫୁଲ ସମ୍ଭାର ସମ୍ମୁଖରେ ଉଠାଇଥିବା ସୁନ୍ଦର ଫଟୋଟି ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପୋଷ୍ଟ କରିଛନ୍ତି ଯୁଜି। ତା’ ତଳେ ରସିକିଆ ଠାଣିରେ ଲେଖିଛନ୍ତି ଯେ ‘ପ୍ରକୃତିର ଉପଚାର, ଗାଁ’ ଭିତରେ ଚାଲିବାର ମଜା’। ୟୁଜି-ଧନଶ୍ରୀଙ୍କ ଏହି ଫଟୋକୁ ହଜାର ହଜାର ଲାଇକ୍ ମିଳୁଥିବା ଦେଖିବାକୁ ମିଳିଛି।