ଭାରତୀୟ ସ୍ପିନର ୟୁଝବେନ୍ଦ୍ର ଚହଲ (ୟୁଜି) ସଂପ୍ରତି ସାମାଜିକ ଗଣମାଧ୍ୟମରେ ଅଧିକ ସମୟ କାଟୁଛନ୍ତି। ବଲିଉଡ୍‌ ତାରକା ତଥା ‘ବିଗ୍‌ବସ୍‌’ରେ ୱାଇଲ୍ଡ କାର୍ଡ ପ୍ର‌ବେଶ ପାଇଥିବା ‘ଓରି’ ଭାବେ ପରିଚିତ ଓର୍‌ହାନ ଆୱାତ୍ରାମନିଙ୍କ ସହ ଏକ ‌ଫଟୋକୁ ୟୁଜି ସାମାଜିକ ଗଣମାଧ୍ୟମରେ ପ୍ରକାଶ କରି ନିଜ ପ୍ରଶଂସକଙ୍କ ମନୋରଂଜନ କରିଛନ୍ତି। ଏହି ଫଟୋର ଶିରୋନାମରେ ‌ୟୁଜି ଲେଖିଛନ୍ତି, ‘ବହୁଦିନରୁ ହଜି ଯାଇଥିବା ଭାଇ’। ଏହି ଫଟୋ ଉପରେ ୟୁଜିଙ୍କ ଜଣେ ପ୍ରଶଂସକ ଲେଖିଛନ୍ତି, ‘ଭାଇ ତୁମେ କେଉଁ ରାସ୍ତାକୁ ଆସିଲ’। ଆଉ ଜଣେ ଲେଖିଛନ୍ତି, ‘ଦୁଇ ଭାଇଙ୍କ ଭଳି ଦେଖାଯାଉଛ’।