ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଅବିନାଶ ଓ ଅରୁଣପ୍ରୀତ୍‌ଙ୍କୁ ରୌପ୍ୟ

ସଚିନ ଜିତିଲେ କାଂସ୍ୟ

ଭୁବନେଶ୍ବର : ଉତ୍ତର ପ୍ରଦେ‌ଶରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ବୁଧବାର ଓଡ଼ିଶା ଖାତାରେ ଗୋଟିଏ ‌ଲେଖାଏଁ ରୌପ୍ୟ ଓ କାଂସ୍ୟ ସହ ୨ ପଦକ ଯୋଡ଼ିହୋଇଛି। ଫଳରେ ଓଡ଼ିଶାର ମୋଟ ପଦକ ସଂଖ୍ୟା ୧୯ (୮ ସ୍ବର୍ଣ୍ଣ, ୯ ରୌପ୍ୟ, ୫ କାଂସ୍ୟ)କୁ ବୃଦ୍ଧିପାଇଛି। ଏହି ଦୁଇ ପଦକ କିଟ୍‌ ବିଶ୍ବବିଦ୍ୟାଳୟ ଖେଳାଳି ଜିତିଥିଲେ। ଅବିନାଶ କୌର ଓ ଅରୁଣପ୍ରୀତ କୌରଙ୍କୁ ନେଇ ଗଠିତ କିଟ୍‌ ମହିଳା ରୋଇଂ ଦଳ ରୌପ୍ୟ ଜିତିଥିଲା ବେଳେ ଭାରୋ‌ତ୍ତୋଳକ ସଚିନ ରାଉତ କାଂସ୍ୟ ପଦକ ପାଇଥିଲେ। ମହିଳା ୫୦୦ ମିଟର ଡବଲ ସ୍କଲ୍‌ରେ ଅବିନାଶ ଓ ଅରୁଣପ୍ରୀତ ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ପୁରୁଷ ୬୭ କେଜି ବର୍ଗ ଭାରୋତ୍ତୋଳନରେ ସଚିନ ୨୫୨ (୧୧୪ କେଜି ସ୍ନାଚ୍‌ ଏବଂ ୧୩୮ କେଜି କ୍ଲିନ୍‌ ଓ ଜର୍କ) ଉଠାଇ ତୃତୀୟ ସ୍ଥାନରେ ରହିଥିଲେ।

ସମ୍ବନ୍ଧିତ ଖବର