ଜିନ୍‌ଜୁ (କୋରିଆ) : ବିନ୍ଦ୍ୟାରାଣୀ ଦେବୀ ଏସୀୟ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଛନ୍ତି। ମହିଳା ୫୫ କେଜି ବର୍ଗରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ବିଜୟିନୀ ବିନ୍ଦ୍ୟାରାଣୀ ୮୩ କେଜି ସ୍ନାଚ୍‌ ଏବଂ ୧୧୧ କେଜି କ୍ଲିନ୍‌ ଓ ଜର୍କ ସହ ମୋଟ ୧୯୪ କେଜି ଉଠାଇ ପଦକ ଜିତିଥିଲେ। ଏହା ଭାରତର ଚଳିତ ପ୍ରତିଯୋଗିତାରେ ପ୍ରଥମ ପଦକ। ଚାଇନିଜ୍‌ ତାଇପେର ଗୁଆଁ ଲିଙ୍ଗ ୨୦୪ (୯୦+୧୧୪) କେଜି ସ୍ବର୍ଣ୍ଣ ଜିତିଥିଲା ବେଳେ ଭିଏତନାମର ଭୋ ଥି କ୍ବିନ୍‌ ହୁ ୧୯୨ (୮୮‌+୧୦୪) କେଜି କାଂସ୍ୟ ପାଇଥିଲେ।