ଭୁବନେଶ୍ବର : କୁଏତରେ ଆରମ୍ଭ ହୋଇଥିବା ଏସୀୟ ଯୁବ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଆ ଝିଅ ସବିତା ଟୋପ୍ପୋ ରୌପ୍ୟ ପଦକ ଜିତି ନୂଆ ଇତିହାସ ରଚିଛନ୍ତି। ସବିତା ୧୦୦ ମିଟର୍ ବାଧାଦୌଡ଼ରେ ୧୪.୧୭ ସେକେଣ୍ଡ୍ ସମୟ ନେଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ହଂକଂ (୧୪.୦୨ ସେକେଣ୍ଡ୍) ଏବଂ ତାଇପେଇ (୧୪.୨୪ ସେକେଣ୍ଡ୍) ପ୍ରତିଯୋଗୀ ଯଥାକ୍ରମେ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ଜିତିଥିଲେ। ଏକମାତ୍ର ଓଡ଼ିଆ ଝିଅ ଭାବେ ୩୫ ଜଣିଆ ଭାରତୀୟ ଦଳରେ ସ୍ଥାନ ପାଇଥିବା ସବିତା ମଧ୍ୟ ୧୦୦ ମିଟର୍ ମିଡଲେ ରିଲେ ପାଇଁ ସଂରକ୍ଷିତ ଖେଳାଳି ରହିଛନ୍ତି। ସୁନ୍ଦରଗଡ଼ ଝିଅ ସବିତା ଭୁବନେଶ୍ବରସ୍ଥିତ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍ ଏଚ୍ପିସିରେ ରହି ନିଜ ଖେଳ ଜୀବନକୁ ଶାଣିତ କରିବା ପରେ ଏବେ ପ୍ରଥମ ପ୍ରମୁଖ ଅନ୍ତର୍ଜାତୀୟ ପଦକ ହାସଲ କରିଛନ୍ତି। ସବିତାଙ୍କୁ ଓଡ଼ିଶା ଦୌଡ଼କୁଦ ସଂଘ ସଭାପତି ଜିଏସ୍ ପଟ୍ଟନାୟକ ଓ ସମ୍ପାଦକ ଆଶୀର୍ବାଦ ବେହେରା ଅଭିନନ୍ଦନ ଜଣାଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp