ସିଲି ପଏଣ୍ଟ୍‌:କୁକୁର ସହ ଡ୍ରେସିଂ ରୁମ୍‌ରେ ଧୋନି

ଚେନ୍ନାଇ: ଚଳିତ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟ୍‌ ଭଲ କାମ କରୁଛି। ସେ ଏପର୍ଯ୍ୟନ୍ତ ୯୦ ହାରରେ ୩୬୦ ରନ୍‌ କରି ସାରିଲେଣି। ପଡ଼ିଆରେ ତାଙ୍କ ବ୍ୟାଟ୍‌ ଦର୍ଶକଙ୍କ ମନ ମୋହୁଥିଲା ବେଳେ ସାମାଜିକ ଗଣମାଧ୍ୟମରେ ଧୋନିଙ୍କ କିଛି ଭିଡ଼ିଓ ପ୍ରଶଂସକଙ୍କୁ ମନୋରଂଜନର ଖୋରାକ ଯୋଗାଉଛି। ସୋମବାର ଚେନ୍ନାଇ ସୁପର କିଙ୍ଗ୍ସର ନିଜସ୍ୱ ଟ୍ଵିଟର୍‌ ପୃଷ୍ଟାରେ ଏକ ଭିଡିଓ ଦେଖିବାକୁ ମଳିଛି। ଯାହା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାକୁ ଲାଗିଛି। ଏହି ଭିଡ଼ିଓରେ ଧୋନି ଗୋଟିଏ ପାଳିତ କୁକୁର ସହ ଡ୍ରେସିଂ ରୁମ୍‌ରେ ପ୍ରବେଶ କରିବାର ଦେଖିବାକୁ ମିଳିଛି। କୁକୁର ସହ ଧୋନିଙ୍କୁ ଦେଖି ଡ୍ରେସିଂ ରୁମ୍‌ରେ ଥିବା ସାଥୀ ଖେଳାଳିମାନେ ଡରି ଯାଇଥିଲେ। ଅବଶ୍ୟ ପରେ ସମସ୍ତେ କୁୁକୁର ସହିତ ଖେଳି ମଜ୍ଜା ଉଠାଇଥିଲେ। ପୂର୍ବରୁ ଧୋନିଙ୍କୁ ଅନେକବାର କୁକୁର ସହ ପଡ଼ିଆରେ ମଧ୍ୟ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର