ସିଲି ପଏଣ୍ଟ୍‌ : କୋହଲି ୨୦୨୫ ସୁଦ୍ଧା ସଚିନଙ୍କ ୧୦୦ ଶତକକୁ ଟପିବେ

ନରେନ୍ଦ୍ରଙ୍କ ଭବିଷ୍ୟବାଣୀ

ନାଗପୁର : ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଆସନ୍ତା ୭-୮ ବର୍ଷ ପର୍ଯ୍ୟନ୍ତ ପଡ଼ିଆ ଭିତରେ ଓ ବାହାରେ ନୂଆ ଇତିହାସ ସୃଷ୍ଟି କରିଚାଲିବେ। ତାଙ୍କ ଜାଜ୍ଜୁଲ୍ୟମାନ କ୍ରିକେଟ୍‌ ଜୀବନର ତେଜ ଆହୁରି ପ୍ରଖର ହେବ। ଏପରିକି ଚଳିତ ବର୍ଷ ସେ କ୍ରିକେଟ୍‌ ଇତିହାସର ସବୁଠାରୁ ବଡ଼ ବ୍ୟାବସାୟିକ ଚୁକ୍ତି କରିବେ। ଖାଲି ସେତିକି ନୁହେଁ ଟେ୍ଵଣ୍ଟି-୨୦ ବିଶ୍ୱକପ୍‌, ଦିନିକିଆ ବିଶ୍ୱକପ୍‌ ଜିତିବା ସହ ୨୦୨୫ ସୁଦ୍ଧା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୦୦ ଅନ୍ତର୍ଜାତୀୟ ଶତକ କୀର୍ତ୍ତିମାନକୁ ମଧ୍ୟ ଭାଙ୍ଗିଦେବେ। ଏଭଳି ଭବିଷ୍ୟବାଣୀ କରିଛନ୍ତି ନାଗପୁର ବାସିନ୍ଦା କ୍ରିକେଟ୍‌ ଭବିଷ୍ୟବକ୍ତା ନରେନ୍ଦ୍ର ବୁନ୍ଦେ। ଅତୀତରେ ନରେନ୍ଦ୍ରଙ୍କ ଅନେକ ଭବିଷ୍ୟବାଣୀ ସତ ହୋଇଥିବାରୁ କୋହଲିଙ୍କୁ ନେଇ ସେ ଲଗାଇଥିବା ପୂର୍ବାନୁମାନ ମଧ୍ୟ ସତ ହେବ ବୋଲି ଆଶା କରାଯାଉଛି। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଦିନିକିଆ କ୍ରିକେଟ୍‌ ଜୀବନ ସଙ୍କଟରେ ପଡ଼ିଥିଲା ବେଳେ ସେ ୨୦୧୯ ବିଶ୍ୱକପ୍‌ ଖେଳିବେ ବୋଲି ନରେନ୍ଦ୍ର ଭବିଷ୍ୟବାଣୀ କରିଥିଲେ ଯାହା ସତ ହେଲା ଭଳି ମନେ ହେଉଛି। ସେହିଭଳି ସଚିନ ଟେନିସ୍‌ ଏଲ୍‌ବୋ ଯନ୍ତ୍ରଣାରେ ପୀଡ଼ିତ ଥିଲା ବେଳେ ତାଙ୍କ ପ୍ରତ୍ୟାବର୍ତନ ନେଇ ବି ନରେନ୍ଦ୍ର ସଠିକ୍‌ ଭିବଷ୍ୟବାଣୀ କରିଥିଲେ। ଭାରତର ୨୦୧୧ ବିଶ୍ୱକପ୍‌ ବିଜୟ, ସୌରଭ ଗାଙ୍ଗୁଲିଙ୍କ ପ୍ରତ୍ୟାବର୍ତନ ନେଇ ନରେନ୍ଦ୍ର କହିଥିବା ସବୁକଥା ଅକ୍ଷରେ ଅକ୍ଷରେ ସତ ହୋଇଥିଲା।

ସମ୍ବନ୍ଧିତ ଖବର