ଦକ୍ଷିଣ ଆଫ୍ରିକାର ଆକିନେ ସିମ୍ବିନେ ଏବଂ ତ୍ରିନିଦାଦ ଓ ଟବାଗୋର ମିଚେଲ ଲି ଆହେ ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଟୀ କ୍ରୀଡ଼ାର ଦ୍ରୁତତମ ପୁରୁଷ ଏବଂ ମହିଳା ଧାବକ ହୋଇଛନ୍ତି। କରାରା ଷ୍ଟାଡିୟମରେ ହୋଇଥିବା ୧୦୦ ମିଟର ଲଢ଼େଇରେ ଜାମାଇକାର ୟୋହାନ ବ୍ଲାକଙ୍କୁ ପଛରେ ପକାଇ ସିମ୍ବିନେ ଏହି ସଫଳତା ଲାଭ କରିଛନ୍ତି। ଦକ୍ଷିଣ ଆଫ୍ରିକାର ହେନରିକୋ ବ୍ରୁଇନତାଇସ୍ ରୌପ୍ୟ ପଦକ ଜିତିଥିଲା ବେଳେ ବ୍ଲାକ୍ ତୃତୀୟ ସ୍ଥାନକୁ ଖସି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ସିମ୍ବିନେ ୧୦.୦୩ ସେକେଣ୍ଡ ସମୟ ପ୍ରଥମ ସ୍ଥାନରେ ରହିଥିଲେ। ଅନ୍ୟ ପକ୍ଷରେ ହେନରିକ ୧୦.୧୭ ଓ ବ୍ଲାକ୍ ୧୦.୧୯ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ। ମହିଳା ୧୦୦ ମିଟରରେ ମିଚେଲ ୧୧.୧୪ ସେକେଣ୍ଡ ସହ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ପାଇଥିଲେ। ଜାମାଇକାର କ୍ରିଷ୍ଟାନିଆ ଓ୍ଵିଲିୟମ୍ସ ଓ ଗାୟନ ଏଭାନ୍ସ ରୌପ୍ୟ ଏବଂ କାଂସ୍ୟ ହାସଲ କରିଥିଲେ।
ସିମ୍ବିନେ ଓ ମିଚେଲ ଦ୍ରୁତତମ
/sambad/media/post_attachments/wp-content/uploads/2018/04/michele.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)