ଜାମାଇକା : ୱେଷ୍ଟ୍ଇଣ୍ଡିଜ୍ର ପୂର୍ବତନ ଓପ୍ନର ଲେଣ୍ଡଲ ସିମନ୍ସ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ତାଙ୍କ ପୂର୍ବତନ ସାଥୀ ଦୀନେଶ ରାମଦିନ ଅବସର ଘୋଷଣା କରିବା ଦିନ ହିଁ ସିମନ୍ସ ଅବସର ନେଇଯାଇଛନ୍ତି। ୨୦୦୬ରେ ପାକିସ୍ତାନ ବିପକ୍ଷ ଏକ ଦିନିକିଆ ମ୍ୟାଚ୍ ଅବସରରେ ସିମନ୍ସ ୱେଷ୍ଟଇଣ୍ଡିଜ୍ ପାଇଁ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ। ଯଦିଓ ପଦାର୍ପଣ ମ୍ୟାଚ୍ରେ ଶୂନରେ ଆଉଟ୍ ହୋଇଥିଲେ ତଥାପି ସେହି ଫର୍ମାଟ୍ରେ ୬୮ ମ୍ୟାଚ୍ ଖେଳିଥିଲେ। ୨ ଶତକ ମଧ୍ୟ ଜମାଇଥିଲେ। ହେଲେ ନିଜ କ୍ୟାରିୟରରେ ମୋଟ ୮ ଟେଷ୍ଟ୍ ଖେଳିଥିଲା ବେଳେ ଗୋଟିଏ ବି ଅର୍ଦ୍ଧଶତକ ହାସଲ କରିପାରିନଥିଲେ। କିନ୍ତୁ ଟ୍ବେଣ୍ଟି-୨୦ ଫର୍ମାଟ୍ରେ ସେ ପ୍ରଭାବ ବିସ୍ତାର କରିଥିଲେ। ୨୦୧୨ ଓ ୨୦୧୬ରେ ଟ୍ବେଣ୍ଟି-୨୦ ବିଶ୍ବ ବିଜେତା ଦଳର ସଦସ୍ୟ ରହିଥିଲେ। ୨୦୧୬ ସେମିଫାଇନାଲ୍ରେ ତାଙ୍କ ଦମ୍ଦାର ୮୨ ରନ୍ ହିଁ ଆୟୋଜକ ଭାରତକୁ ପରାସ୍ତ କରିବାରେ ୱେଷ୍ଟଇଣ୍ଡିଜ୍ ପାଇଁ ସହାୟକ ହୋଇଥିଲା। ମୋଟଉପରେ ଆନ୍ତର୍ଜାତିକରେ ସେ ୧୪୪ ମ୍ୟାଚ୍ (ସମସ୍ତ ଫର୍ମାଟ୍) ଖେଳି ୩୭୬୩ ରନ୍ କରିଥିଲେ।
ଆନ୍ତର୍ଜାତିକ କ୍ରିକେଟ୍ରୁ ସିମନ୍ସଙ୍କ ଅବସର
/sambad/media/post_attachments/wp-content/uploads/2022/08/simmons.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)