ହାଇଦ୍ରାବାଦ: ଭାରତୀୟ ବ୍ୟାଡ୍ମିଣ୍ଟନ୍ ତାରକା ପିଭି ସିନ୍ଧୁ ରବିବାର ୨୫ତମ ଜନ୍ମଦିନ ପାଳନ କରିଛନ୍ତି। ଜନ୍ମ ଦିନରେ ସିନ୍ଧୁଙ୍କୁ ବହୁ ପୂର୍ବତନ ଏବଂ ଏବର କ୍ରୀଡ଼ାବିତ୍ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ଏଥିରେ ପୂର୍ବତନ ଭାରତୀୟ କ୍ରିକେଟର୍ ଯୁବରାଜ ସିଂହ, ସୁରେଶ ରାଇନା, କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ, ପୂର୍ବତନ ବ୍ୟାଡ୍ମିଣ୍ଟନ ତାରକା ଜ୍ବାଲା ଗୁଟ୍ଟା, ଏନ୍ ସିକ୍କି ରେଡ୍ଡୀ, ଅଶ୍ବିନୀ ପୋନ୍ନାପ୍ପା ଓ ଇଂଲଣ୍ଡର ବେନ୍ ଲେନ୍ ରହିଛନ୍ତି। ଶନିବାର ରାତି ସିନ୍ଧୁ ପୁତୁରା ଆରୟାନଙ୍କ ଦ୍ବିତୀୟ ବାର୍ଷିକୀ ଜନ୍ମଦିନ ଅବସରରେ କିଛି ଫଟୋ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିଲେ।
୨୫ତମ ଜନ୍ମଦିନ ପାଳିଲେ ସିନ୍ଧୁ
/sambad/media/post_attachments/wp-content/uploads/2020/03/sindhu-1521274458.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)