ବେଙ୍ଗାଲୁରୁ: ବ୍ୟାଡ୍ମିଣ୍ଟନ ଲଳନା ପିଭି ସିନ୍ଧୁ ତେଜସ୍ ଲଢୁଆ ବିମାନରେ ଉଡିଛନ୍ତି। ଶନିବାର ଏଠାରେ ଆୟୋଜିତ ଏରୋ ଇଣ୍ଡିଆ ୨୦୧୯ ଏୟାର ସୋ’ ଅବସରରେ ସେ ସ୍ବଦେଶ ଜ୍ଞାନ କୌଶଳରେ ନିର୍ମିତ ତେଜସ୍ରେ ଉଡ଼ିବାର ମଜା ନେଇଛନ୍ତି। ସିନ୍ଧୁ ଏହି ଅବସରରେ ସହ ପାଇଲଟର ଭୂମିକା ତୁଲାଇଥିଲେ। ଏଥିସହିତ ତେଜସ୍ରେ ଉଡ଼ିବାରେ ସେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି। ମହାକାଶରେ ମହିଳାଙ୍କ ସଫଳତାର ବାର୍ତା ନେଇ ଶନିବାର ଏରୋ ଇଣ୍ଡିଆ ୨୦୧୯ରେ ପାଳିତ ମହିଳା ଦିବସ ଅବସରରେ ହିଁ ସିନ୍ଧୁଙ୍କୁ ଏହି ସୁଯୋଗ ମିଳିଛି। ସିନ୍ଧୁ ବିମାନରେ ଥିଲା ବେଳେ ପ୍ରଥମ ପାଇଲଟ୍ କ୍ୟାପଟେନ୍ ସିଦ୍ଧାର୍ଥ ବିମାନ ଚାଳନାର ବିଭିନ୍ନ କଳା କୌଶଳ ଦେଖାଇଥିଲେ। ସିନ୍ଧୁଙ୍କ ସହିତ ତିନି ଜଣ ଇଣ୍ଡିଆନ୍ ଏୟାର ଫୋର୍ସ ମହିଳା ପାଇଲଟ୍ ମଧ୍ୟ ଉଡିଥିଲେ। ତେଜସ୍ରେ ଉଡ଼ିବା ମୋ ପାଇଁ ଗର୍ବର ବିଷୟ । ମୋତେ ଏହି ସୁଯୋଗ ମିଳିଥିବାରୁ ଅତ୍ୟନ୍ତ ଆନନ୍ଦିତ ବୋଲି ସିନ୍ଧୁ ଏହି ଅବସରରେ କହିଥିଲେ। ତେଜସ୍ ଏକକ ଇଞ୍ଜିନ ବିଶିଷ୍ଟ ବହୁମୂଖୀ ଲଢ଼ୁଆ ଯୁଦ୍ଧ ବିମାନ ହୋଇଥିଲା ବେଳେ ଏହାକୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ନିର୍ମାଣ କରିଛି।
ତେଜସ୍ରେ ଉଡିଲେ ସିନ୍ଧୁ
/sambad/media/post_attachments/wp-content/uploads/2019/02/Untitled-6-18.jpg)