ଚାଇନା ଓପନ୍‌ କ୍ୱାର୍ଟର୍‌ରେ ସିନ୍ଧୁ

ସାଇନା, ପ୍ରଣୟ ବିଦା

ସାଙ୍ଘାଇ: ଏଠାରେ ଚାଲିଥିବା ଚାଇନା ଓପନ୍‌ ସୁପର ସିରିଜ୍‌ ପ୍ରିମିୟର ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିିତାରେ ଏକମାତ୍ର ଭାରତୀୟ ଖେଳାଳି ଭାବେ ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ ପିଭି ସିନ୍ଧୁ ତିଷ୍ଠି ରହିଛନ୍ତି। ଏହି ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଭାରତୀୟ ଲଳନା ଗୁରୁବାର ମହିଳା ଏକକ ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରେ ସ୍ଥାନୀୟ ଖେଳାଳି ହାନ୍‌ ୟୁଏଙ୍କୁ ସିଧାସଳଖ ୨୧-୧୫, ୨୧-୧୩ରେ ମାତ୍‌ ଦେଇଥିଲେ। ପରବର୍ତୀ ପର୍ଯ୍ୟାୟରେ ସିନ୍ଧୁ ଚୀନ୍‌ର ଜାଓ ଏଫ୍‌ଜେଙ୍କୁ ଭେଟିବେ। କିନ୍ତୁ ବୁଧବାର ପ୍ରଥମ ରାଉଣ୍ଡ୍‌ ଜିତି ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରେ ପହଞ୍ଚିଥିବା ଭାରତୀୟ ଖେଳାଳି ସାଇନା ନେହଓ୍ଵାଲ୍‌ ଏବଂ ଏଚ୍‌ ଏସ୍‌ ପ୍ରଣୟଙ୍କ ଅଭିଯାନ ସେହିଠାରୁ ହିଁ ଶେଷ ହୋଇଯାଇଛି। ମହିଳା ଏକକରେ ଜାତୀୟ ବିଜୟିନୀ ସାଇନା ୧୮-୨୧, ୧୧-୨୧ରେ ଚତୁର୍ଥ ମାନ୍ୟତା ଜାପାନ୍‌ର ଆକାନେ ଆମାଗୁଚିଙ୍କଠୁ ହାରି ଯାଇଥିଲେ। ସେହିଭଳି ପୁରୁଷ ଏକକରେ ୫୩ ମାନ୍ୟତା ଚୀନ୍‌ ଖେଳାଳି ଚିଉକ୍‌ ୟିଉ ଲି ୨୧-୧୯, ୨୧-୧୭ରେ ପ୍ରଣୟଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇଥିଲେ।

ସମ୍ବନ୍ଧିତ ଖବର