କୁଆଲାଲୁମ୍ପୁର: ଭାରତର ଦୁଇ ଅଲିମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ ଏଠାରେ ଚାଲିଥିବା ମାଲେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଛନ୍ତି। ଶୁକ୍ରବାର ମହିଳା ଏକକ କ୍ବାର୍ଟରଫାଇନାଲ୍‌ରେ ବିଶ୍ବର ୧୫ ନମ୍ବର ସିନ୍ଧୁ ୨୧-୧୩, ୧୪-୨୧, ୨୧-୧୨ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଚୀନ୍‌ର ହାନ୍‌ ୟୁଇଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ସହ ସେ ଏସିଆ ବ୍ୟାଡ୍‌ମିଣ୍ଟନ ଚାମ୍ପିଅନ୍‌ସିପ ପରାଜୟରୁ ମଧୁର ପ୍ରତିଶୋଧ ନେଇଛନ୍ତି। ତେବେ ଯୁବା ଭାରତୀୟ ଅସ୍ମିତା ଚଲିହାଙ୍କ ଅଭିଯାନ କ୍ବାର୍ଟରଫାଇନାଲ୍‌ରେ ଶେଷ ହୋଇଛି। ସେ ୧୦-୨୧, ୧୫-୨୧ରେ ଚୀନ୍‌ର ଝାଙ୍ଗ ୟି ମାନ୍‌ଙ୍କଠୁ ହାରି ଯାଇଥିଲେ।