ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସ : ସେମିରେ ହାରିଲେ ସିନ୍ଧୁ

ଟୋକିଓ : ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି.ସିନ୍ଧୁ ସେମି ଫାଇନାଲରେ ହାରିଯାଇଛନ୍ତି । ସେ ତାଇଓ୍ବାନର ତାଇ ଜୁ ଇଙ୍ଗଙ୍କଠାରୁ ପରାଜିତ ହୋଇଛନ୍ତି । ସେ ଏବେ କାଂସ୍ୟ ବା ବ୍ରୋଞ୍ଜ ପଦକ ପାଇଁ ଖେଳିବେ ।

ଗତକାଲି ସିନ୍ଧୁ ବିଶ୍ବର ୫ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳୀ ଜାପାନର ଆକେନ ୟାମାଗୁଚିଙ୍କୁ ହରାଇ ଅଲମ୍ପିକ୍ସ ମହିଳା ସିଙ୍ଗଲ୍ସ ବାଡମିଣ୍ଟନର ସେମିଫାଇନାଲରେ ପ୍ରବେଶ କରିବା ସହ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଆଶା ସୃଷ୍ଟି କରିଥିଲେ । କିନ୍ତୁ ଆଜି ସେ ବିଶ୍ବର ୧ ନମ୍ବର ମାନ୍ୟତାପ୍ରାପ୍ତ ବ୍ୟାଡମିଣ୍ଟନ ତାରକା ତାଇ ଜୁ ଇଙ୍ଗଙ୍କଠାରୁ ୨୧-୧୮, ୨୧-୧୨ ସେଟରେ ପରାଜିତ ହୋଇଛନ୍ତି ।

ଏହି ବିଜୟ ସହ ଇଙ୍ଗ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ଏହା ସହିତ ସିନ୍ଧୁଙ୍କ ସ୍ବର୍ଣ୍ଣ କିମ୍ବା ରୋପ୍ୟ ପଦକ ଆଶା ଧୂଳିସାତ ହୋଇଛି । କିନ୍ତୁ ସେ ଆସନ୍ତା କାଲି ବ୍ରୋଞ୍ଜ ପଦକ ପାଇଁ ୨ୟ ସେମିରେ ପରାଜିତ ଖେଳାଳୀଙ୍କ ସହ ପ୍ରତିଯୋଗିତା କରିବେ ।

ସମ୍ବନ୍ଧିତ ଖବର