କ୍ୱାର୍ଟର୍‌ରେ ହାରିଲେ ସିନ୍ଧୁ

ଫୁଜୁ: ଏକମାତ୍ର ଭାରତୀୟ ଭାବେ କ୍ୱାର୍ଟର ଫାଇନାଲ୍‌ ପର୍ଯ୍ୟନ୍ତ ତିଷ୍ଠି ରହିଥିବା ପିଭି ସିନ୍ଧୁ ଆଉ ଆଗକୁ ବଢ଼ିପାରିଲେନି। ବିଶ୍ୱ ମାନ୍ୟତାର ଦ୍ୱିତୀୟ ତଥା ଏଠାରେ ପୂର୍ବ ବିଜୟିନୀ ସିନ୍ଧୁ ଶୁକ୍ରବାର ମହିଳା ଏକକ କ୍ୱାର୍ଟର ଫାଇନାଲ୍‌ରେ ବିଶ୍ୱ ମାନ୍ୟତାର ୮୯ ଚୀନ୍‌ର ୧୯ ବର୍ଷ ବୟସ୍କ ଖେଳାଳି ଗାଓ ଫାଙ୍ଗେଙ୍କ ନିକଟରୁ ୧୧-୨୧ ଓ ୧୦-୨୧ ସିଧାସଳଖ ଗେମ୍‌ରେ ହାରିଗଲେ। ସିନ୍ଧୁ ଓ ଗାଓ ପରସ୍ପର ପ୍ରଥମ ଥର ଲାଗି ମୁହାଁମୁହିଁ ହୋଇଥିଲେ। ହେଲେ ସିନ୍ଧୁ ତାଙ୍କ ଅଭିଜ୍ଞତାର ଫାଇଦା ଉଠାଇ ପାରିଲେନି। ଆଉ ସିନ୍ଧୁଙ୍କ ଏହି ପରାଜୟ ସହିତ ଏଠାରେ ଚାଲିଥିବା ଚାଇନା ଓପନ୍‌ ସୁପର ସିରିଜ୍‌ ପ୍ରିମିୟର ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିିତାରେ ଭାରତର ଅଭିଯାନ ମଧ୍ୟ ଶେଷ ହୋଇଗଲା। ଏହା ପୂର୍ବରୁ ଏକକ ବର୍ଗରେ ଗୁରୁବାର ସାଇନା ନେହ୍ଵାଲ ଓ ଏଚ୍‌ଏସ୍‌ ପ୍ରଣୟ ପ୍ରି-କ୍ୱାର୍ଟର ଫାଇନାଲ୍‌ରୁ ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର