ସେମିରୁ ସିନ୍ଧୁ ବିଦା: ଅଲ୍‌ ଇଂଲଣ୍ଡ୍‌ ବ୍ୟାଡ୍‌ମିଣ୍ଟନ

ବର୍ମିଂହାମ୍‌: ଚଳିତ ଅଲ୍‌ ଇଂଲଣ୍ଡ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଭାରତୀୟ ଲଳନା ପିଭି ସିନ୍ଧୁ ସେମିଫାଇନାଲରୁ ବିଦାୟ ନେଇଛନ୍ତି। ଶନିବାର ବିଳମ୍ବିତ ରାତିରେ ଅନୁଷ୍ଠିତ ସେମିଫାଇନାଲ୍‌ ମୁକାବିଲାରେ ସିନ୍ଧୁ ଜାପାନର ଅକାନେ ୟୁମାଗୁଚିଙ୍କଠାରୁ ୨୧-୧୯, ୧୯-୨୧ ଓ ୧୮-୨୧ ସେଟ୍‌ରେ ହାରି ଫାଇନାଲ୍‌ ଖେଳିବାରୁ ବଞ୍ଚିତ ହୋଇଥିଲେ। ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ସିନ୍ଧୁ ପ୍ରଥମ ସେଟ୍‌କୁ ଜିତି ନେଇଥିଲେ। ତେବେ ଦ୍ୱିତୀୟ ସେଟ୍‌ରେ ୟାମାଗୁଚି ସଫଳ ପ୍ରତ୍ୟାବର୍ତନ କରିଥିଲେ। ସ୍ଥିତି ୧-୧ରେ ଥିଲା ବେଳେ ସିନ୍ଧୁ ନିର୍ଣ୍ଣାୟକ ତୃତୀୟ ସେଟ ୧୧୭ରେ ଆଗୁଆ ଥିଲେ। ହେଲେ ପରେ ଏହି ଧାରା ବଜାୟ ରଖି ନପାରି ପରାଜିତ ହୋଇଥିଲେ। ସେହିଭଳି ପୁରୁଷ ବର୍ଗରେ ଏଚ୍‌ଏସ୍‌ ପ୍ରଣୟଙ୍କ ଅଭିଯାନ କ୍ୱାର୍ଟର ଫାଇନାଲ୍‌ରୁ ଶେଷ ହୋଇଯାଇଛି। ପୁରୁଷ ଏକକ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ସେ ୨୨-୨୦, ୧୬-୨୧ ଓ ୨୧-୨୩ରେ ଚୀନର ହୁଆଙ୍ଗ୍‌ ୟୁଜିଆଙ୍ଗ୍‌ଙ୍କ ନିକଟରୁ ହାରି ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର