ଫ୍ରାନ୍ସ: ଡେନ୍ମାର୍କ ଓପନ୍ ବିଜେତା ଭାରତୀୟ ତାରକା କିଦାମ୍ବି ଶ୍ରୀକାନ୍ତ ଫ୍ରେଞ୍ଚ୍ ଓପନ୍ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାର ଫାଇନାଲ୍ରେ ପହଞ୍ଚି ପୁଣି ଏକ ଟ୍ରଫି ଜିତିବାର ସମ୍ଭାବନା ସୃଷ୍ଟି କରିଛନ୍ତି। ଶନିବାର ପୁରୁଷ ଏକକ ସେମିଫାଇନାଲ୍ରେ ଶ୍ରୀକାନ୍ତ ନିଜ ଦେଶର ଏଚ୍ ଏସ୍ ପ୍ରଣୟଙ୍କୁ ୧୪-୨୧, ୨୧-୧୯ ଓ ୨୧-୧୮ରେ ପରାସ୍ତ କରିଥିଲେ। ତେବେ ରିଓ ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ ପିଭି ସିନ୍ଧୁ ଫାଇନାଲ୍ ପୂର୍ବରୁ ବିଦାୟ ନେଇଛନ୍ତି। ଚତୁର୍ଥ ମାନ୍ୟତା ଏହି ଭାରତୀୟ ଲଳନା ଶନିବାର ମହିଳା ଏକକ ସେମିଫାଇନାଲ୍ରେ ୧୪-୨୧, ୯-୨୧ ସିଧାସଳଖ ସେଟ୍ରେ ଜାପାନ୍ର ଅକାନେ ୟାମାଗୁଚିଙ୍କଠୁ ହାରି ଯାଇଥିଲେ।