ନୂଆଦିଲ୍ଲୀ : ଦୁଇଥର ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ ସ୍ବିସ୍ ଓପନ ସୁପର ୩୦୦ ବ୍ୟାଡମିଣ୍ଟନ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ପ୍ରି-କ୍ବାର୍ଟରରେ ୩୮ ନମ୍ବର ମାନ୍ୟତା ଖେଳାଳି ଇଣ୍ଡୋନେସିଆର ପୁତ୍ରି କୁସୁମ ୱାର୍ଦ୍ଦାନିଙ୍କଠୁ ସେ ୧୫-୨୧, ୨୧-୧୨, ୧୮-୨୧ରେ ପରାସ୍ତ ହୋଇ ଅଭିଯାନ ଶେଷ କରିଛନ୍ତି।
ତେବେ ପୁରୁଷ ଯୁଗଳରେ ଦ୍ବିତୀୟ ସିଡ୍ ମାନ୍ୟତା ପାଇଥିବା ଭାରତର ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ଯୋଡ଼ି କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରି ଭାରତର ଆଶା ଉଜ୍ଜୀବିତ ରଖିଛନ୍ତି। ପ୍ରି-କ୍ବାର୍ଟରରେ ତାଇୱାନ୍ର ଫାଙ୍ଗ୍ ଚିହ ଲି ଓ ଫାଙ୍ଗ୍ ଜେନ୍ ଲି’ଙ୍କ ଯୋଡ଼ିକୁ ୧୨-୨୧, ୨୧-୧୭, ୨୮-୨୬ରେ ଏହି ଭାରତୀୟ ଯୋଡ଼ି ହରାଇ କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। କ୍ବାର୍ଟରଫାଇନାଲ୍ରେ ଏମାନଙ୍କର ସାମ୍ନା ଡେନମାର୍କର ଜିପେ ବେ ଓ ଲାସି ମୋଲହେଡେଙ୍କ ସହିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/swiss-badminton-satwik-chirag.jpg)