ସୁଇସ୍‌ ଓପନ୍‌ରେ ସିନ୍ଧୁ ଉପ ବିଜୟିନୀ

ବାସେଲ: ବିଶ୍ବ ବିଜୟିନୀ ଭାରତୀୟ ତାରକା ପିଭି ସିନ୍ଧୁଙ୍କୁ ସୁଇସ୍‌ ଓପନ୍ ବ୍ୟାଡମିଣ୍ଟନ୍‌ ପ୍ରତ‌ିଯୋଗିତାର ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ରବିବାରର ଏକତରଫା ଫାଇନାଲରେ ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜୟିନୀ ସ୍ପେନୀୟ ତରୁଣୀ କାରୋଲିନା ମାରିନ୍‌ ୨୧-୧୨, ୨୧-୫ରେ ସିନ୍ଧୁଙ୍କୁ ହରାଇ ଦେଇଥିଲେ। ୧୮ ମାସ ପରେ ପ୍ରଥମ ଫାଇନାଲ୍ ଖେଳିଥିବା ବିଶ୍ବର ୭ ନମ୍ବର ସିନ୍ଧୁ ମାରିନ୍‌ଙ୍କ ଗତି ଓ ଠିକଣା ସଟ୍‌ ଆଗରେ ହାର ମାନିଥିଲେ। ମାରିନ୍ କିନ୍ତୁ ଚଳିତ ବର୍ଷ ନିଜର ତୃତୀୟ ମୁକୁଟ ହାସଲ କରି ନେଇଥିଲେ। ୨୦୧୬ ରିଓ ଅଲିମ୍ପିକ୍ସ ଫାଇନାଲରେ ମଧ୍ୟ ସିନ୍ଧୁଙ୍କୁ ମାରିନ୍‌ ହରାଇଥିଲେ। ଏଥି ସହ ବ୍ୟକ୍ତିଗତ ମୁକାବିଲାରେ ମାରିନ୍‌ ୯-୫ରେ ଆଗୁଆ ରହିଛନ୍ତି। ମାର୍ଚ୍ଚ ୧୭ରୁ ଆରମ୍ଭ ହେବାକୁ ଥିବା ଅଲ୍ ଇଂଲଣ୍ଡ ପ୍ରତିଯୋଗିତାରେ ଉଭୟ ଖେଳିବେ।

ସମ୍ବନ୍ଧିତ ଖବର