ସିନ୍ଧୁ, ଶ୍ରୀକାନ୍ତ ଆଗେଇଲେ

ଇଣ୍ଡିଆ ଓପନ୍‌

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳିମାନେ ଏଠାରେ ଚାଲିଥିବା ଇଣ୍ଡିଆ ଓପନ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ପୁରୁଷ ଏକକରେ ତୃତୀୟ ମାନ୍ୟତା କିଦାମ୍ବି ଶ୍ରୀକାନ୍ତ, ଏଚ୍‌ଏସ୍‌ ପ୍ରଣୟ, ବି ସାଇ ପ୍ରଣିତ ଏବଂ ପଞ୍ଚମ ମାନ୍ୟତା ସମୀର ବର୍ମା ନିଜ ନିଜ ମ୍ୟାଚ୍‌ ଜିତି ପରବର୍ତୀ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ବୁଧବାର ମ୍ୟାଚ୍‌ରେ ଶ୍ରୀକାନ୍ତ ୨୧-୧୬, ୧୮-୨୧, ୨୧-୧୯ରେ ହଂକଂର ୱାଙ୍ଗ ୱିଙ୍ଗ କି ଭିନ୍‌ସେଣ୍ଟ୍‌ଙ୍କୁ, ପ୍ରଣୟ ୧୪-୨୧, ୨୧-୧୮, ୨୧-୧୪ରେ ଥାଇଲାଣ୍ଡର କାଣ୍ଟାଫୋନ ୱାଙ୍ଗ୍‌ଚାରୋନେଙ୍କୁ, ପ୍ରଣିତ ୨୨-୨୪, ୨୧-୧୩, ୨୧-୮ରେ ନିଜ ଦେଶର କାର୍ତ୍ତିକେ ଗୁଲସନ୍‌ କୁମାରଙ୍କୁ ଏବଂ ସମୀର ୨୧-୧୮, ୨୧-୧୩ରେ ଡେନ୍‌ମାର୍କର ରାସମୁସ ଗେମ୍‌କେଙ୍କୁ ହରାଇଥିଲେ। ସେହିଭଳି ମହିଳା ଏକକରେ ଦ୍ବିତୀୟ ମାନ୍ୟତା ପିଭି ସିନ୍ଧୁ ୨୧-୮, ୨୧-୧୩ରେ ନିଜ ଦେଶର ମୁଗ୍‌ଧା ଆଗ୍ରେଙ୍କୁ ଏବଂ ରିୟା ମୁଖାର୍ଜୀ ୨୧-୧୭, ୨୧-୧୫ରେ ଥାଇଲାଣ୍ଡର ଫିତାୟାପର୍ନ ଚାୱାନ୍‌ଙ୍କୁ ପରାସ୍ତ କରି ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଥିଲେ।

ସମ୍ବନ୍ଧିତ ଖବର