ବାଲି: ଦୁଇ ଥର ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁଙ୍କ ସହ କିଦାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଇଣ୍ଡୋନେସିଆ ମାଷ୍ଟର୍ସ ସୁପର ୭୫୦ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ମହିଳା ଏକକ କ୍ବାର୍ଟର ଫାଇନାଲ୍ରେ ତୃତୀୟ ମାନ୍ୟତାପ୍ରାପ୍ତ ସିନ୍ଧୁ ୨୧-୧୩, ୨୧-୧୦ରେ ତୁର୍କିର ନେସ୍ଲିହାଁ ୟିଗିଟଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍ ଜିତିବାକୁ ବିଶ୍ବ ବିଜୟିନୀ ସିନ୍ଧୁଙ୍କୁ ମାତ୍ର ୩୫ ମିନିଟ୍ ଲାଗିଥିଲା। ଏଥିସହ ସେ ୟିଗିଟିଙ୍କ ବିପକ୍ଷରେ ନିଜ ବିଜୟ ବ୍ୟବଧାନକୁ ୪-୦ରେ ପହଞ୍ଚାଇଥିଲେ। ସେମିଫାଇନାଲ୍ରେ ୨୬ ବର୍ଷୀୟା ସିନ୍ଧୁ ଶୀର୍ଷ ମାନ୍ୟତାପ୍ରାପ୍ତ ଜାପାନ୍ର ଆକନେ ୟାମାଗୁଚିଙ୍କୁ ଭେଟିବେ।
ସେହିଭଳି ପୁରୁଷ ଏକକ କ୍ବାର୍ଟର ଫାଇନାଲ୍ରେ ଦୁଇ ଭାରତୀୟ ପୂର୍ବତନ ଏକ ନମ୍ବର ଶ୍ରୀକାନ୍ତ ଓ ଏଚ୍ଏସ୍ ପ୍ରଣୟ ମୁହାଁମୁହିଁ ହୋଇଥିଲେ। ଏଥିରେ ଶ୍ରୀକାନ୍ତ ୨୧-୭, ୨୧-୧୮ରେ ପ୍ରଣୟଙ୍କୁ ହରାଇ ସେମିଫାଇନାଲ୍ ସ୍ଥାନ ପକ୍କା କରିଥିଲେ।