ସିଙ୍ଗାପୁର ବ୍ୟାଡମିଣ୍ଟନ ଓପନ୍‌ : ପ୍ରଥମ ରାଉଣ୍ଡରୁ ସିନ୍ଧୁ, ସାଇନା, ଲକ୍ଷ୍ୟ, ପ୍ରଣୟ ବିଦା

ସିଙ୍ଗାପୁର : ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଓ ଏଚ୍‌ଏସ୍‌ ପ୍ରଣୟ ମଙ୍ଗଳବାର ସିଙ୍ଗାପୁର ଓପନ୍‌ ମହିଳା ଏକକର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଜାପାନ୍‌ର ଅକାନି ୟାମାଗୁଚି ୨୧-୧୮, ୧୯-୨୧, ୨୧-୧୭ ରେ ସିନ୍ଧୁଙ୍କୁ ପରାସ୍ତ କରିଥିଲେ। ଅନ୍ୟଏକ ମହିଳା ଏକକ ମ୍ୟାଚ୍‌ରେ ଉଭୟ ସାଇନା ନେହୱାଲ୍‌ ଓ ଆକର୍ଷି କାଶ୍ୟପ ମଧ୍ୟ ପ୍ରଥମ ରାଉଣ୍ଡରୁ ବିଦା ହୋଇଛନ୍ତି।

ବିଶ୍ବର ୧ ନମ୍ବର ଖେଳାଳି ଥାଇଲାଣ୍ଡର ରତଚାନୋକ ଇଣ୍ଟାନନ୍‌ ୨୧-୧୩, ୨୧-୧୫ରେ ସାଇନାଙ୍କୁ ଏବଂ ସୁପାନିଦା କାଟେଥୋଙ୍ଗ ୨୧-୧୭, ୨୧-୯ ରେ କାଶ୍ୟପଙ୍କୁ ହରାଇଥିଲେ। ପୁରୁଷ ଏକକ ମ୍ୟାଚ୍‌ ଗୁଡ଼ିକରେ କିଦାମ୍ବି ଶ୍ରୀକାନ୍ତ, ପ୍ରିୟାଂଶୁ ରାଜୱତ ଓ ଯୁଗଳରେ ଅର୍ଜୁନ-ଧ୍ରୁବ କପିଳାଙ୍କ ଯୋଡ଼ି ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଶ୍ରୀକାନ୍ତ ତାଙ୍କ ଥାଇଲାଣ୍ଡ ପ୍ରତିଦ୍ବନ୍ଦ୍ବୀ କଣ୍ଟାଫନ୍‌ ୱାଙ୍ଗଚାରୋଇନ୍‌ଙ୍କୁ ୨୧-୧୫, ୨୧-୧୯ରେ ହରାଇଥିଲା ବେଳେ ପ୍ରିୟାଂଶୁ ୨୧-୧୨, ୨୧-୧୫ରେ ଜାପାନ୍‌ର କାନ୍ତା ସୁନେୟାମାଙ୍କୁ, ଅର୍ଜୁନ-ଧ୍ରୁବ୍‌ ଯୋଡ଼ି ଫ୍ରାନ୍ସର ଲୁକାସ୍‌ କର୍ଭି-ରୋନନ ଲାବରଙ୍କ ଯୋଡ଼ିକୁ ୨୧-୧୬, ୨୧-୧୫ ରେ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ହେଲେ ପ୍ରଣୟ ୧୫-୨୧, ୧୯-୨୧ରେ କୋଡାଇ ନାରାଓକାଙ୍କଠୁ ଓ ଲକ୍ଷ୍ୟ ସେନ୍‌ ୨୧-୧୮, ୧୭-୨୧, ୧୩-୨୧ରେ ଟିନ୍‌ ଚେନ୍‌ ଚୌଙ୍କଠୁ ପରାସ୍ତ ହୋଇ ଅଭିଯାନ ଶେଷ କରିଛନ୍ତି।

ସମ୍ବନ୍ଧିତ ଖବର