ଓଡ଼ିଶା ଏଫ୍‌ସି ଛାଡ଼ିଲେ ସିଙ୍ଗ୍‌ତୋ

ଭୁବନେଶ୍ବର: ରାଜ୍ୟର ଆଇଏସ୍ଏଲ୍ ଦଳ ଓଡ଼ିଶା ଏଫ୍‌ସିଠାରୁ ନିଜକୁ ଦୂରେଇ ନେଇଛନ୍ତି ସହକାରୀ ପ୍ରଶିକ୍ଷକ ଥାଙ୍ଗବୋଇ ସିଙ୍ଗ୍‌ତୋ। ୨୦୧୯ ମସିହାର ଷଷ୍ଠ ଋତୁ ଆଇଏସ୍ଏଲ୍‌ ପୂର୍ବରୁ ସିଙ୍ଗ୍‌‌ତୋ ଦଳ ସହ ଯୋଗଦେଇଥିଲେ। ସେ ମଧ୍ୟ କ୍ଲବ୍‌ର ଯୁବ ବିକାଶ କାର୍ଯ୍ୟକ୍ରମର ମୁଖ୍ୟ ରହିଥିଲେ। ‘ଓଡ଼ିଶା ଏଫ୍‌ସି ସହିତ ମୋର ଚମତ୍କାର ଅଭିଜ୍ଞତା ରହିଛି ଏବଂ କ୍ଲବ୍‌ର ସମସ୍ତଙ୍କଠାରୁ ମିଳିଥିବା ସମର୍ଥନ ପାଇଁ ମୁଁ ଧନ୍ୟବାଦ ଜଣାଉଛି। ମୁଖ୍ୟ ପ୍ରଶିକ୍ଷକ ଯୋସେପ୍‌ ଗମ୍ଭାୟୁଙ୍କ ସହ କାମ କରିବା ମଧ୍ୟ ବଡ଼ ଉପଲ୍‌ବଧି, ଆସନ୍ତା ଆଇଏସ୍‌ଏଲ୍‌ ଋତୁରେ କ୍ଲବ୍‌ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରୁ ବୋଲି ମୁଁ ଶୁଭେଚ୍ଛା ଜଣାଉଛି’‌ ବୋଲି ସିଙ୍ଗ୍‌ତୋ ପ୍ରକାଶ କରିଛନ୍ତି। ‘ଓଡ଼ିଶା, ଏହାର ଶାନ୍ତି ପ୍ରିୟ ଲୋକ ଓ ପ୍ରଶଂସକ କ୍ଲବ୍‌ ଜଗରନଟ୍ସର ଉତ୍ସାହରୁ ନିଶ୍ଚିତ ମୁଁ ବଞ୍ଚିତ ହେବି, ଧନ୍ୟବାଦ ଓଏଫ୍‌ସି’ ବୋଲି ସିଙ୍ଗତୋ ଉଲ୍ଲେଖ କରିଛନ୍ତି। ‘ମୁଁ ସିଙ୍ଗ୍‌ତୋଙ୍କୁ ଧନ୍ୟବାଦ ଦେଉଛି, ୨୦୧୯-୧୦ ସଫଳ ଋତୁରେ ସେ ସହକାରୀ ପ୍ରଶିକ୍ଷକ ଥିଲେ, ତାଙ୍କ ଭବିଷ୍ୟତ ପାଇଁ ମୁଁ ଶୁଭକାମନା ଜଣାଉଛି’ ବୋଲି ଉଲ୍ଲେଖ କରିଛନ୍ତି ଓଏଫ୍‌ସିର ସଭାପତି ରୋହନ ଶର୍ମା।

ସମ୍ବନ୍ଧିତ ଖବର